ସାନଖେମୁଣ୍ଡି ରେ ବିଜେପିର ମଣ୍ଡଳସ୍ତରୀୟ ସମାବେଶ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନବନିର୍ମାଣ, ଗରିବ କଲ୍ୟାଣ ଯୋଜନାର ସୁଫଳ ରୂପାୟନ ତୃଣମୂଳ ସ୍ତରରେ ଉପଲବ୍ଧ କରାଇବା ସହ କର୍ମୀ କର୍ମକର୍ତ୍ତା ଓ ସଂଗଠନକୁ ବୁଥ ସ୍ତରରେ ସକ୍ରିୟ କରାଇବା ଲକ୍ଷ୍ୟରେ ଆଜି ସାନଖେମୁଣ୍ଡି ବିଜେପି ପକ୍ଷରୁ ଏକ ମଣ୍ଡଳ ସ୍ତରୀୟ ସମାବେଶ ମୌଲାଭଞ୍ଜା ପଞ୍ଚାୟତର ନୂଆଁଗଡ ଠାରେ ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି। ସାନଖେମୁଣ୍ଡି ୫୯ ନଂ ଜୋନ ଅନ୍ତର୍ଗତ ସମସ୍ତ ସଂଗଠନ କାର୍ଯ୍ୟକର୍ତ୍ତାଙ୍କ ସାଧାରଣ କର୍ମୀଙ୍କ ଏହି ସମାବେଶର ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲିକ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ମହାନ୍ତି , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ , ଅରୁଣ କୁମାର ପଣ୍ଡା , ସାନଖେମୁଣ୍ଡି ଦଳୀୟ ପ୍ରଭାରୀ ଦୁର୍ଗାପ୍ରସାଦ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ କର୍ମୀ ଓ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ସହ ସାଂପ୍ରତିକ ସମୟର ଜାତୀୟ ବିକାଶ ଧାରା ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାର ମହତ୍ତ୍ୱକୁ ନେଇ ନିଜନିଜ ମତବ୍ୟକ୍ତ କରିଥିଲେ । ସରକାରଙ୍କ ସଫଳ ଯୋଜନାକୁ ବୁଥ ସ୍ତରରେ ପ୍ରଚାର ପ୍ରସାର କରାଇ ବିଜେପି ସଂଗଠନ କାର୍ଯ୍ୟ କରିବାକୁ ନେଇ କର୍ମୀଙ୍କୁ ଉଦବୋଧନ ଦେଇଥିଲେ । ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ଗଦାଧର ସ୍ବାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ଶତାଧିକ କର୍ମୀ ଓ କର୍ମକର୍ତ୍ତା ଯୋଗଦେଇଥିବା ବେଳେ ସମସ୍ତ ମଣ୍ଡଳ ସ୍ତରୀୟ ସାଙ୍ଗଠନିକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଏମ ଚିନ୍ମୟ ରେଡି , ଜିଲ୍ଲା ମହିଲାମୋର୍ଚା ଉପସଭାନେଟ୍ରୀ ଯମୁନା ନାୟକ , ମନୋରଞ୍ଜନ ସାହୁ , କେ ନାଗେଶ୍ଵର ଦୋରା , ସନ୍ତୋଷ କୁମାର ସାହୁ , ଜଗନ୍ନାଥ ରେଡି ପ୍ରମୁଖ ଉପସ୍ଥିତି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ