ସାନଖେମୁଣ୍ଡି ରେ ବିଭିନ୍ନ ସ୍ଥାନରେ ୭୭ ତମ ସ୍ବାଧିନତା ଦିବସ ପାଳନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ବିଦ୍ୟାଳୟ କଲେଜ ମାନଙ୍କରେ ଦେଶର ୭୭ ତମ ସ୍ବାଧୀନତା ଦିବସ ଅବସରରେ ଧୁମ ଧାମସହକାରେ ପାଳିତ ହୋଇଯାଇଛି।ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ସମସ୍ତ କର୍ମଚାରୀ ଜନପ୍ରତିନିଧି ଉପସ୍ଥିତ ଥିଲେ।ସେହିଭଳି ସାନଖେମୁଣ୍ଡି ତହସିଲ ଅଫିସ ରେ ତହସିଲଦାର ଡଃ ଶ୍ରୀନିବାସ ବେହେରା ପତାକା ଉତ୍ତୋଳନ କରି ଥିବା ବେଳେ ସେହିଭଳି ଗ୍ରାମ୍ୟ ନ୍ୟାୟାଳୟ ରେ ମାଜିଷ୍ଟେଟ ସୁଶ୍ରୀ ସରୋନ ବସ୍ତିଆ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ସୁଦଷ୍ଟା ଚୌଧୁରୀ କଙ୍କୋରଡ଼ା ବିଜ୍ଞାନ ମହାବିଦ୍ୟାଳୟ ର ପ୍ରକାଶ କୁମାର ଜେନା ଏବଂ ସାନଖେମୁଣ୍ଡି ଗୋଷ୍ଠିଶିକ୍ଷାଧିକାରୀ , ଗ୍ରାମ୍ୟଉନ୍ନୟନ କାର୍ଯ୍ୟାଳୟ ସମସ୍ତ ବିଦ୍ୟାଳୟରେ ସଭାପତି ସମସ୍ତ ପଞ୍ଚାୟତରେ ସରପଞ୍ଚ ମାନେ ପତାକା ଉତ୍ତୋଳନ କରିବା ସହିତ ବିଭିନ୍ନ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଥିଲା। ବ୍ଳକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ଏହି ଦିବସକୁ ମହା ସମାରୋହରେ ପାଳିତ କରାଯାଇଥିଲା ।