ସାନଖେମୁଣ୍ଡି ରେ ସାଧାରଣତନ୍ତ୍ର ଦିବସ ପାଳିତ
ସାନଖେମୁଣ୍ଡି ,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସାନଖେମୁଣ୍ଡି ବ୍ଲକ କାଯ୍ୟଳୟ ରେ ବ୍ଲକ ଅଧ୍ୟକ୍ଷା ସଙ୍ଗୀତା ବେହେରା ପତାକା ଉତ୍ତୋଳନ କରିଥିବା ବେଳେ ଉପାଧ୍ୟକ୍ଷ ଗୋବିନ୍ଦ ସ୍ୱାଇଁ ବି ଡି ଓ ଗାୟତ୍ରୀ ଦତ୍ତ ନାୟକ,ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଜେଏମଏଫସି କୋର୍ଟ ପରିସର ରେ ଜିଲ୍ଲା ଜଜ୍ ଶୁଭଶ୍ରୀ ମଲ୍ଲ, ତହସିଲ କାଯ୍ୟଳୟ ରେ ଡ଼.ଶ୍ରୀନିବାସ ବେହେରା, ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରେ ଡ଼କ୍ଟର ବାହାନ ଦାସ, ପାଟପୁର ଥାନା ପରିସର ରେ ଥାନା ଅଧିକାରୀ ଅଜୟ କୁମାର ବାରିକ ସମସ୍ତ ସରକାରୀ ଅଡ଼ପଡା ଗ୍ରାମପଞ୍ଚାୟତ ରେ ନୀଳମାଧବ ରାଉତ,ପୋଡାମାରି ରେ ଭାଗ୍ୟଶ୍ରୀ ବିଶୋଇ, ଏରେଣ୍ଡା ରେ ଜୟନ୍ତୀ ପ୍ରଧାନ,ରାଧାଦେଇପୁର ରେ ରିତାଞ୍ଜଳି ବାରିକ,ପାଟପୁର ରେ ବାବୁ ସୁବୁଦ୍ଧି,ICDS ରେ ଅର୍ଚ୍ଚନା କହଁର, ବେସରକାରୀ ଶିକ୍ଷ୍ୟା ଅନୁଷ୍ଠାନ ସ୍କୁଲ, କଲେଜ ରେ ପତାକା ଉତ୍ତୋଳନ ହୋଇଥିବା ବେଳେ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ସରପଞ୍ଚଙ୍କ ଦ୍ୱାରା ପତ୍ତାକା ଉତ୍ତୋଳନ ହୋଇଥିବା ଜଣା ପଡିଛି ।