ସାନଖେମୁଣ୍ଡି ରେ ୫୯,୬୦,୬୧,୬୨ ଜୋନ ଦଖଲ କଲା ବିଜେଡି : କଂଗ୍ରେସ ଗଡ ଭୁଷୁଡିଲା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ସାନଖେମୁଣ୍ଡି ବ୍ଲକ ୪ ଜୋନ ୫୯,୬୦,୬୧,୬୨ ଜୋନ୍ ଅଧୀନରେ ଥିବା ୨୬ ଟି ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ୫୯ ନମ୍ବର ଜୋନ ର ବିଜୟ ପ୍ରଧାନ, ୬୦ ନମ୍ୱର ଜୋନ ର ମାମନି ପାତ୍ର, ୬୧ ନମ୍ବର୍ ଜୋନ ରେ ଅମିନ ପ୍ରଧାନ, ୬୨ ନମ୍ବର ଜୋନ ରେ ସୁଲତା ରାଣୀ ସ୍ଵାଇଁ ବିଜୟୀ ହୋଇଛନ୍ତି। ସେହିପରି ପାଟପୁର ପଞ୍ଚାୟତର ବିଜୟ ଲକ୍ଷ୍ମୀ ବରାଡ , ସମିତି ସଭ୍ୟ ସୁଜତା ସ୍ବାଇଁ, ରାଧାଦେଇପୂର୍ ପଞ୍ଚାୟତର ସରପଞ୍ଚ ରାକେଶ ପାତ୍ର, ସମିତି ସଭ୍ୟ ନିଳାଞ୍ଚଳ ପ୍ରଧାନ, ଯିଉରା ସରପଞ୍ଚ ଲିସାରାଣୀ ପାତ୍ର, ସମିତି ସଭ୍ୟ ବିଟି ସେଠୀ, ଏସ.ଗୋପାଳପୂର୍ ସରପଞ୍ଚ ସୁମିତ୍ରା ନାୟକ, ସମିତି ସଭ୍ୟ ନାରାୟଣ ପ୍ରଧାନ, ପି.ରାମଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ଅଳୟ ଦାସ, ସମିତି ସଭ୍ୟ ଜି ପରୀ ରେଡ଼ି, ଚୁଡଙ୍ଗପୂର୍ ସରପଞ୍ଚ ଯାଗିଲି ସେଠୀ, ସମିତି ସଭ୍ୟ ଡି. ନିବେଦିତା, କଂସାମାରି ସରପଞ୍ଚ ଏସ. ଡାକ ଦୋରା, ସମିତି ସଭ୍ୟ ଦଣ୍ଡପାଣି ବେହେରା, ପଟିଗୁଡ଼ା ସରପଞ୍ଚ ସିମାଞ୍ଚଳ ଗୌଡ଼, ସମିତି ସଭ୍ୟ ସିମାଞ୍ଚଳ ପାତ୍ର, ପଦ୍ମପୁର ସରପଞ୍ଚ ସିମାଞ୍ଚଳ ପ୍ରଧାନ, ସମିତି ସଭ୍ୟ ଲିଟୁ ପ୍ରଧାନ, ପୋଡ଼ାମାରୀ ସରପଞ୍ଚ ସନ୍ତୋଷ ବିଷୋୟୀ, ସମିତି ସଭ୍ୟ ଏ. ଚନ୍ଦ୍ରମା ପାତ୍ର, ଟି. ଗୋବିନ୍ଦପୁର ସରପଞ୍ଚ କବିତା ଗମାଙ୍ଗ, ସମିତି ସଭ୍ୟ ଉର୍ବି ଦଳାଇ, ଛଣମେରୀ ସରପଞ୍ଚ ତପନ ସେଠୀ, ସମିତି ସଭ୍ୟ ବାବୁଲା ମଣ୍ଡଳ, ସିଙ୍ଗିପୂର୍ ସରପଞ୍ଚ ପ୍ରତିମା ମହାପାତ୍ର, ସମିତି ସଭ୍ୟ ଗୁଣମଣୀ ମଣ୍ଡଳ, ମୌଲାଭଞ୍ଜା ସରପଞ୍ଚ ବର୍ଷା ସେଠୀ, ସମିତି ସଭ୍ୟ ମାଧବୀ ସ୍ଵାଇଁ, ଆମ୍ବଗାଁ ସରପଞ୍ଚ ସୁନିତା ସେଠୀ, ସମିତି ସଭ୍ୟ କାଳୁ ଚରଣ ଭୂୟାଁ, ଗାଙ୍ଗପୁର ସରପଞ୍ଚ ଝିଲି ସେଠୀ, ସମିତି ସଭ୍ୟ ବୁଲୁ ସେଠୀ, ଦୟାନିଧିପୁର ସରପଞ୍ଚ ଲକ୍ଷ୍ମୀ ପ୍ରଧାନ, ସମିତି ସଭ୍ୟ ମମତା ପଢ଼ିଆଳି, ସାହସପୁର ସରପଞ୍ଚ ସୁକାନ୍ତ ସେଠୀ, ସମିତି ସଭ୍ୟ ଅପସରା ପାତ୍ର, ଗୌତମୀ ସରପଞ୍ଚ ଝିଲ୍ଲି ରେଡ଼ି, ସମିତି ସଭ୍ୟ ଜନାର୍ଦ୍ଧନ ପୋଲାଇ, ଖଲିଙ୍ଗି ସରପଞ୍ଚ ଅନରବ ନାୟକ, ସମିତି ସଭ୍ୟ ବବିତା ରାଉତ, କଲରାପଦର ସରପଞ୍ଚ ସସ୍ମିତା ଦୋରା, ସମିତି ସଭ୍ୟ ଯମୁନା ରେଡ଼ି, କଉଡ଼ିଆ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ଖୁଣ୍ଟିଆ, ସମିତି ସଭ୍ୟ ଉର୍ମିଳା ନାୟକ, ସରପଞ୍ଚ ମିନତି ସେଠୀ,ସମିତି ସଭ୍ୟ ରିଙ୍କି ନାୟକ ନିର୍ବାଚିତ ହୋଇଥିବା ନେଇ ସାନଖେମୁଣ୍ଡି ବି ଡି ଓ ତଥା ନିର୍ବାଚନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଘୋଷଣା କରିଛନ୍ତି।ପାଟପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଦେଖିବାକୁ ମିଳୁଛି ।


