ସାନଖେମୁଣ୍ଡି ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍): ପ୍ରଭୁ ଶ୍ରୀକୃର୍ଣ୍ଣ ଜନ୍ମ ଦିବସ ଅବସରରେ ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳି୍ତ ହୋଇଯାଇଛି । ଆଜି ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଖଲିଙ୍ଗି ଠାରେ ଅବସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ତପନ କୁମାର ରଥଙ୍କ ଅଧକ୍ଷତାରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୁପେ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ,ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜ ,ଯୋଗଦାନ କରି ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହା ପରେ ଶ୍ରୀକୃଷ୍ଣ ଓ ଭାଗବତ ଗୀତାର ସାଂରାଂଶ ଉପରେ ଆଲୋକପାତ କରିଥିଲେ । ଏହା ସହ ଭାରତ ବର୍ଷରେ ମହାନ ଗ୍ରନ୍ଥ ହେଉଛି ଶ୍ରୀମଦ୍ ଭାଗବତ ଗୀତା । ଯୁବପିଢୀ ମାନଙ୍କ ମଧ୍ୟରେ ଶ୍ରୀକୃଷ୍ର ଙ୍କ ବାଣୀକୁ ପ୍ରଚାର ଓ ପ୍ରସାର କରିବା ଆବଶ୍ୟକ ବୋଲି ମନ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଆଚାର୍ଯ୍ୟ ସସ୍ମିତା ପ୍ରଧାନ , କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଅଶୋକ କୁମାର ଜେନା ଓ ସସ୍ମିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ