ସାନଖେମୁଣ୍ଡି ସାହିତ୍ୟ ସଂସଦର ଆଲୋଚନାଚକ୍ର

 ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଦକ୍ଷିଣ ଓଡିଶାର ଆଦିବାସୀ ସଂସ୍କୃତି ଯୁଗଯୁଗ ପାଇଁ ଏକ ପ୍ରବାହମାନ ଧାରା | ଏଭଳି ଆଦିମ  ପରମ୍ପରା ଏକ ଭିନ୍ନ ସ୍ୱତନ୍ତ୍ରତା ରେ ପରିପୂର୍ଣ ଦକ୍ଷିଣ ଓଡିଶାର ଆଦିବାସୀ ସମ୍ପ୍ରଦାୟର ଭାଷା ପ୍ରକୃତି ପୂଜା ଜୀବନଚର୍ଯ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ସର୍ବଦା ଗବେଷଣାସାପେକ୍ଷ | ତଥାପି ଉଜ୍ଜଳ ପରମ୍ପରାର ଗୌରବ ଗାଥାକୁ ବହନ କରୁଥିବା ଆଦିବାସୀ ସମାଜରେ ବିକାଶ ପହଞ୍ଚି ପାରିଲେ ଅନେକ ପ୍ରଥା ପରମ୍ପରା ମାନବ ସମାଜକୁ ଦିଗଦର୍ଶନ ର ମାର୍ଗ ଦେଖାଇବ ବୋଲି ଆଜି ସାନଖେମୁଣ୍ଡି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଓ ଆଲୋଚନାଚକ୍ରରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି | ସଭାପତି ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରରେ  ସମ୍ପାଦକ ଶିବରାମ ସାବତ ପ୍ରାରମ୍ଭିକସୂଚନା ସହ ଉପ ସଭାପତି ବିନାୟକ ଦାଶଅତିଥି ପରିଚୟ ପ୍ରଦାନ କରିଥିଲେ | ଆସରକୁ  ମୁଖ୍ୟଅତିଥି ଭାବେ ଖଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ରିଡ଼ର ଡ଼ଃ ପ୍ରକାଶଚନ୍ଦ୍ର ଦାଶ ଯୋଗ ଦେଇ ଉଦଘାଟନ କରିଥିଲେ | “ଦକ୍ଷିଣ ଓଡିଶାର ଆଦିବାସୀ ସଂସ୍କୃତି” ଶୀର୍ଷକ ଆଲୋଚନାଚକ୍ର ରେ କୋରାପୁଟ ଜିଲ୍ଲା କୁମ୍ଭାରୀପୁଟ ସରକାରୀ ବିଜ୍ଞାନ କଲେଜ ଅଧ୍ୟାପକ ଡ଼ଃ ସନ୍ତୋଷ କୁମାର ପୃଷ୍ଟି ଆଲୋଚକ ଭାବେ ସନ୍ଦର୍ଭ ପାଠ କରିଥିଲେ | ସମ୍ମାନିତ ଅତିଥି ଭାବେ ବିଜୟ କେତନ ସଂଘ ପ୍ରତିଷ୍ଠାତା ବିଜୟ କୁମାର ପାଢ଼ୀ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର ଯୋଗ ଦେଇ ଆଦିବାସୀ ସଂସ୍କୃତିର ମହନୀୟତା ସମ୍ପର୍କରେ ଆଲୋକପାତ କରିଥିଲେ | ଆସରରେ ଡ଼ଃ ପ୍ରକାଶଚନ୍ଦ୍ର ଦାଶଙ୍କ ଲିଖିତ “ମୁଁ ଚନ୍ଦ୍ରସେଣା କହୁଛି “ଡ଼ା ପ୍ରଦୀପ୍ତଚନ୍ଦ୍ର ସିଂଙ୍କ ଲିଖିତ “ମୋହ ମୁଦ୍ଗର “ଓ “ସ୍ବଦେଶୀ ଆନ୍ଦୋଳନ ” ପୁସ୍ତିକାକୁ ଡ଼ଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅତିଥିମାନେ ଉନ୍ମୋଚନ କରିଥିଲେ | ବିନାୟକ ଦାଶଙ୍କ ସଭାପତିତ୍ବରେ ୨ ୟ ଅଧିବେଶନରେ ଅତିଥିଭାବେ କବି  ଲକ୍ଷ୍ମୀ ନାରାୟଣ ପଟନାୟକ, କବି ପଦ୍ମଚରଣ ମେକାପ, ଡ଼ଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ | ସମ୍ପାଦକ ଶିବରାମ ସାବତ,ସହ ସମ୍ପାଦିକା ସୁରଭି ରାଣୀ ନାୟକ ସଂଯୋଜନା କରିଥିବାବେଳେ କବି ବୃନ୍ଦାବନ ବାଡ଼ତ୍ୟା, ଏ ପ୍ରଶାନ୍ତ କୁମାର ଆଚାରୀ ,ଅନାଦି ପାଣିଗ୍ରାହୀ, ଭାସ୍କର ରାଉତ, ରୋହିତ ଜେନା, ବେଣୁଧର ତ୍ରିପାଠୀ,  ଶିଶୁକବି ବିଶ୍ୱଜିତା ତ୍ରିପାଠୀ ଙ୍କ ସମେତ ଅତିଥିମାନେ ସ୍ୱରଚିତ କବିତା ପାଠ କରିଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ