ସାନଦେଉଳା ଠାରେ ଦିବ୍ୟ ସାଧନା ଦିବସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବୋମିକା ଗ୍ରାମ ପଞ୍ଚାୟତର ସାନଦେଉଳା ଗ୍ରାମ ଠାରେ ଦିବ୍ୟ ସାଧାନା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁରର ଗୁରୁ ଚରଣା ନନ୍ଦ ସ୍ୱାମିଜୀ (ମହେନ୍ଦ୍ର ପଟ୍ଟନାୟକ) ସମ୍ମାନନୀୟ ଅତିଥିବା ଆଲିୟାନା ବାଞ୍ଜିରି ଗ୍ରାମର ଆଲାୟାନା ବିଜୟ କୁମାର ଯୋଗଦେଇଥିଲେ । ଗୁରୁ ଚରଣା ନନ୍ଦ ସ୍ୱାମିଜୀ ଉପସ୍ଥିତ ଜନସାଧାର ତଥା ଭକ୍ତମାନଙ୍କୁ କହିଥିଲେ ଯେ, ଆଧ୍ୟାତ୍ମିକ ଭାବରେ ସମସ୍ତେ ରହିବା ଦରକାର । ସମସ୍ତ ଭାରତ ବର୍ଷର ସମସ୍ତ ଜନସାଧାରଣ ଭଗବାନଙ୍କୁ ଆଧ୍ୟାତ୍ମିକ ରହିଲେ ଆମ୍ଭେ ମାନେ ଏବଂ ଆମ ଦେଶ ଶାନ୍ତିରେ ନିଶ୍ଚୟ ରହିବା । ଆମ୍ଭେମାନେ ପ୍ରତ୍ୟେକ ଦିନ କିଛି ସମୟର ଭଗବାନଙ୍କ ଉପରେ କିଛି ସମୟ ସାଧାନା କରିଲେ ନିଶ୍ଚୟ ଭାବରେ ଭଗବାନଙ୍କର ଆଶୀର୍ବାଦ ରହିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାସ୍ଥିତ ବିଭିନ୍ନ ଦିବ୍ୟ ଜୀବନ ସଂଘର ସଭ୍ୟମାନେ ଯୋଗଦେଇଥିଲେ । ଏହି ଅବସରରେ ପାଦ ପୂଜା, ନଗର ସଂକୀର୍ତ୍ତନ, ଭଜନ କରାଯାଇ ଗ୍ରାମ ଏବଂ ଦେଶର ଶାନ୍ତି ବଜାୟ ରଖିବା ପାଇଁ ଭଗବାନଙ୍କ ଠାରେ ଭଗବାନଙ୍କୁ ଆଧ୍ୟାତ୍ମିକ ଭାବରେ ପ୍ରାର୍ଥନା କରାଯାଇଥିଲା । ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ସାନଦେଉଳା ଦିବ୍ୟ ଜୀବନ ସଂଘର ସଦସ୍ୟମାନେ ପରିଚାଳନା କରିଥିଲେ ।


