ସାନନୋଳିଆ ନୂଆଗାଁ ଠାରେ କଙ୍କଡା ସଂରକ୍ଷଣ ଓ ପ୍ରସାରଣ କେନ୍ଦ୍ର ସ୍ଥାପିତ

ଛତ୍ରପୁର : ସମୁଦ୍ରରୁ ଜାତ ହେଉଥିବା ରାଣୀ କଙ୍କଡା ଗୁଡିକ ଧୀରେ ଧୀରେ ଲୋପ ପାଉଥିବା ହେତୁ ଏହାର ସଂରକ୍ଷଣ ଓ ପ୍ରସାରଣ ନିମନ୍ତେ ଛତ୍ରପୁର ବ୍ଲକ ସାନନୋଳିଆ ନୂଆଗାଁ ଠାରେ ଏକ କଙ୍କଡା ସଂରକ୍ଷଣ ଓ ପ୍ରସାରଣ କେନ୍ଦ୍ର ସ୍ଥାପିତ ହୋଇଛି । ଭୁବନେଶ୍ୱରର ଏକ ପଲ୍ଲିଶ୍ରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଜାପାନ ଦେଶର ଜେଏଫଜି ଓ ଆର୍‌ସିଜେ ସଂସ୍ଥାର ସହାୟତାରେ ସାନନୋଳିଆ ନୂଆଗାଁ ମତ୍ସ୍ୟ ସେବା ସମବାୟ ସମିତି ପକ୍ଷରୁ ଏହି କେନ୍ଦ୍ର ଆଜିଠୁ କାର୍ଯ୍ୟକ୍ଷମ ହୋଇଛି । ରାଣୀ କଙ୍କଡାକୁ ସଂଗ୍ରହ କରି ସଂରକ୍ଷଣ କରିବା ସହ ଏହାର ବଂଶ ବିସ୍ତାର ଦିଗରେ କେନ୍ଦ୍ର ଜରିଆରେ ପଦକ୍ଷେପ ନିଆଯିବାର କାର୍ଯ୍ୟକ୍ରମ ରହିଛି । ସାନନୋଳିଆ ନୂଆଗାଁ ଠାରେ କଙ୍କଡା ସଂରକ୍ଷଣ ଓ ପ୍ରସାରଣକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବାରୁ ମତ୍ସ୍ୟଜୀବୀ ମହଲରେ ଉତ୍ସାହ ଦେଖାଦେଇଛି । ଆଜି କେନ୍ଦ୍ର କାର୍ଯ୍ୟକ୍ଷମ କାର୍ଯ୍ୟକ୍ରମରେ ପଲ୍ଲିଶ୍ରୀ ଅନୁଷ୍ଠାନର ସଂଯୋଜକ ଜିତେନ୍ଦ୍ର ନାୟକ, କ୍ଷେତ୍ର ସଂଯୋଜକ ଡବ୍ଲୁ.କାଶିନାଥ, ସଂପାଦକ ଦୁର୍ଗା ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ