ସାନପଦରରେ ବିଶ୍ୱଶାନ୍ତି ମହାଯଜ୍ଞ
ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍): ବେଗୁନିଆ ଥାନା ଅନ୍ତର୍ଗତ କବିତୀର୍ଥ ସାନପଦର ଗ୍ରାମର ଗଉଡସାହି ଠାରେ ମା’ ଦୁର୍ଗାପୂଜା କମିଟି ଓ ଜୟଦୁର୍ଗା ୟୁଥ କ୍ଲବର ମିଳିତ ଆନୁକୂଲ୍ୟରେ ଚାରି ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ବରିଷ୍ଠ ପୂଜକ ବାସୁଦେବ ବ୍ରହ୍ମା, ଦେବେନ୍ଦ୍ର କର,ଗଙ୍ଗାଧର କର,ଶାନ୍ତନୁ କୁମାର କର ପ୍ରମୁଖ ଯଜ୍ଞକାର୍ଯ୍ୟ ସମ୍ପନ୍ନ କରିଥିଲେ । ଯଜ୍ଞର ପ୍ରାରମ୍ଭରେ କଳସଯାତ୍ରା, ଚଣ୍ଡୀପୂଜା, ସୂର୍ଯ୍ୟପୂଜା, ଗୋପୂଜା, ଶାଲାପୂଜା ଓ ବ୍ରାହ୍ମଣ ବରଣ ପୂଜା ରୀତିନୀତି ଅନୁଯାୟୀ କରାଯାଇଥିଲା । ସାନପଦର ଗ୍ରାମ ଓ ବିଶ୍ୱର କଲ୍ୟାଣ ନିମିତ୍ତ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।