ସାନଭାଇର ଠେଙ୍ଗା ମାଡରେ ବଡ ଭାଇ ଗୁରୁତର, ଆକ୍ରମଣକାରୀ ଗିରଫ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଘରୋଇ କଳହକୁ କେନ୍ଦ୍ର କରି ସାନ ଭାଇ ଏକ ଠେଙ୍ଗାରେ ବଡ ଭାଇଙ୍କୁ ଆକ୍ରମଣ କରିଛନ୍ତି।‌ ଆକ୍ରମଣରେ ବଡ ଭାଇ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ସାରୁ ଗ୍ରାମର ସଞ୍ଜୟ ସେଠି (୪୩) । ଘଟଣା ନେଇ ଆହତ ଯୁବକ ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୩୦/୨୫ ରେ ଏକ ମାମଲା ରୁଜୁ କରିଛି। ଆକ୍ରମଣକାରୀ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ କୈାଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଅଞ୍ଚଳରୁ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ସାରୁ ଗ୍ରାମର ବିଜୟ ସେଠି (୩୯) । ଗିରଫ ଯୁବକଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।
ପ୍ରକାଶ ଯେ, ହିଞ୍ଜିଳି ଥାନା ସାରୁ ଗ୍ରାମର ୨ ଭାଇ ସଞ୍ଜୟ ଓ ବିଜୟଙ୍କ ମଧ୍ୟରେ ଗତ କିଛି ବର୍ଷ ଧରି କଳହ ଲାଗି ରହିଥିଲା। ୨୦ ତାରିଖ ସକାଳେ ସାମାନ୍ୟ କଥାକୁ କେନ୍ଦ୍ର କରି ୨ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ସନ୍ଧ୍ୟାରେ ବଡଭାଇ ଗ୍ରାମ ରାଉତ ପୋଖରୀରୁ ସ୍ନାନ ସାରି ଫେରୁଥିବାବେଳେ ପୋଖରୀ ନିକଟରେ ସାନଭାଇ ଏକ ଠେଙ୍କାରେ ବଡଭାଇଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ।‌ ଆକ୍ରମଣରେ ବଡ ଭାଇ ଗୁରୁତର ଆହତ ହୋଇଥିଲେ। ସେହିବାଟ ଦେଇ ଯାଉଥିବା କିଛି ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ପରେ ଘଟଣା ନେଇ ବିଜୟ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ