ସାନମାଣିତିଆ ଗ୍ରାମପଞ୍ଚାୟତର ପ୍ରଥମ ସରପଞ୍ଚଙ୍କ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ଗ୍ରାମପଞ୍ଚାୟତର ପ୍ରଥମ ଅପ୍ରତିଦ୍ୱନ୍ଦୀ ତଥା ଲୋକପ୍ରିୟ ସରପଞ୍ଚ ଧିରେନ କୁମାର ପରିଡାଙ୍କର ୮୦ବର୍ଷ ବୟସରେ ହୃଦ୍‌ଘାତରେ ଶନିବାର ରାତିରେ ବିୟୋଗ ହୋଇଯାଇଛି । ଶେଷ ପର୍ଯ୍ୟନ୍ତ ସେ କାର୍ଯ୍ୟକ୍ଷମ ଥିଲେ । ଜଣେ ଦରଦୀ ସୁସଂଗଠକ ଭାବେ ବିଜୁ ଜନତା ଦଳରେ ତାଙ୍କର ବିଶେଷ ପରିଚୟ ଥିଲା । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଏକମାତ୍ର ପୁତ୍ର, ୩ଝିଅ ଓ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ପୂର୍ବକ ପଞ୍ଚାୟତ କାର୍ଯ୍ୟାଳୟ ନିକଟକୁ ନିଆଯାଇଥିଲା । ସେଠାରେ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନ ପ୍ରଦର୍ଶନ କରାଯିବା ପରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପୁତ୍ର କାଳନ୍ଦୀ ପରିଡା ମୁଖାଗ୍ନି ଦେଇଥିଲେ । ତାଙ୍କ ଶବ ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ପ୍ରାକ୍ତନ ସଭାପତି ମାନସ କୁମାର ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ପଳସିଂହା ସରପଞ୍ଚ ଦେବେନ୍ଦ୍ର ପରିଡା, ଗାଙ୍ଗପଡା ସରପଞ୍ଚ ଅଶ୍ୱିନୀ ପାତ୍ର, ସାନମାଣିତିଆ ସରପଞ୍ଚ ବିଭୁତି ଭୂଷଣ ମଳିକ, ପୂର୍ବତନ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ପୂର୍ବତନ ସରପଞ୍ଚ ଜୟପ୍ରକାଶ ଗିରି, ମୋହନୀ ଚରଣ ଆଚାର୍ଯ୍ୟ, ସମାଜସେବୀ ରବୀନ୍ଦ୍ର ପରିଡା, ଅକ୍ଷୟ ବିଶ୍ୱାଳ, ସୁରେନ୍ଦ୍ର ଧଳ, ସଚିଦାନନ୍ଦ ପରିଡା, ବାବାଜି ରାଉତ, ଅଜୟ ବାରିକ, ବିରେନ ରାଉତ, ଅଜୟ ଦାସ ପ୍ରମୁଖ ଶତାଧିକ ପଞ୍ଚାୟତବାସୀ ଉପସ୍ଥିତ ରହି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ