ସାନିଟାଇଜରର ପ୍ରଭାବ

ବିଶ୍ବରେ ବ୍ୟାପି ଚାଲିଥିବା କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ଲାଗି ସମସ୍ତଙ୍କୁ ଘରେ ରହିବା, ବାରମ୍ବାର ହାତ ଧୋଇବା କିମ୍ବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ମାତ୍ର ପ୍ରଶ୍ନ ଉଠେ ଯେ କେତେ ସମୟ ଏହି ସାନିଟାଇଜରର ପ୍ରଭାବ ରହିଥାଏ।
ଲକଡାଉନ କିଛି ମାତ୍ରାରେ କୋହଳ ହେବା ପରେ ନିଜ ସୁରକ୍ଷା ପ୍ରତି ନିହାତି ଧ୍ୟାନ ରଖିବା ଉଚିତ। କାରଣ ବଜାର ଯିବା, ଡାକ୍ତରଙ୍କ ପାଖକୁ କିମ୍ବା ଅନ୍ୟ କୌଣସି କାମରେ ଘରୁ ବାହାରକୁ ଯିବା ବେଳେ ହାତକୁ ବାରମ୍ବାର ସାନିଟାଇଜ କରିବା ଉଚିତ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଭାଇରସରୁ ରକ୍ଷା ପାଇବାରେ ଆଲକୋହଲଯୁକ୍ତ ସାନିଟାଇଜର ଉତ୍ତମ ବିକଳ୍ପ।
ସାନିଟାଇଜର ଦୀର୍ଘ ସମୟ ଯାଏ କାମ କରି ନ ଥାଏ। ତେଣୁ ସାବୁନ ଓ ପାଣିରେ ହାତ ଧୋଇବା ସବୁଠାରୁ ଭଲ। ସାନିଟାଇଜର ଏକ ସୁବିଧାଜନକ ବିକଳ୍ପ। ସାବୁନରେ ହାତ ଧୋଇବା ବେଳେ ସମସ୍ତ ଜୀବାଣୁ ନାଳରେ ବହିଯାଇଥାଏ। କିନ୍ତୁ ସାନିଟାଇଜର ଆପଣଙ୍କ ହାତରେ ଲାଗିଥିବା ସମସ୍ତ ଜୀବାଣୁକୁ ସେହି ସମୟରେ ମାରିଦେଇଥାଏ। ଆପଣ ଅନ୍ୟ କୌଣସି ଦୂଷିତ ଜିନିଷ ସଂସ୍ପର୍ଶରେ ଆସିବା ମାତ୍ରେ ଆପଣଙ୍କ ହାତ ପୁଣିଥରେ ଅପରିଷ୍କାର ହୋଇଯାଏ।
କୌଣସି ମଇଳା ଜିନିଷ ଛୁଇଁବା ମାତ୍ରେ ତୁରନ୍ତ ହାତ ଧୋଇବା ଉଚିତ। କିଛି ଖାଇବା ପୂର୍ବରୁ କିମ୍ବା ଶରୀରକୁ ସ୍ପର୍ଶ କରିବା ପୂର୍ବରୁ ହାତ ନିହାତି ଧୁଅନ୍ତୁ। ଶୌଚାଳୟ ଯିବା ପରେ ମଧ୍ୟ ନିହାତି ହାତ ସଫା କରନ୍ତୁ।
ସାନିଟାଇଜର ବ୍ୟବହାର କରିବା ସମୟରେ ନିଜ ହାତକୁ କଭର କରିବା ସହ ଏହା ଶୁଖିବା ଯାଏ ଏହାକୁ ରଗଡ଼ନ୍ତୁ। ହାତ ଅପରିଷ୍କାର ଥିବା ବେଳେ ସାନିଟାଇଜର କିମ୍ବା ସ୍ପ୍ରେ କାମ କରିବ ନାହିଁ। ଏଥିପାଇଁ ଆପଣଙ୍କୁ ସାବୁନରେ ହାତ ଧୋଇବାକୁ ପଡ଼ିବ। ଏଥିପାଇଁ ସାବୁନକୁ ଅତିକମରେ ୨୦ ସେକେଣ୍ଡ ଯାଏ ହାତରେ ରଗଡ଼ନ୍ତୁ। ଆଙ୍ଗୁଠି ଓ ପାପୁଲି ମଧ୍ୟ ସଫା କରନ୍ତୁ। ନଖକୁ ମଧ୍ୟ ରଗଡ଼ି ସଫା କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ