ସାନିଟାଇଜ୍ ହେଲା ଗଣିଜାଙ୍ଗ ବଜାର
ବନ୍ତ(ଚାନ୍ଦିନୀ ମହାନ୍ତି) : ଗତ ମଙ୍ଗଳବାର ବନ୍ତ ବ୍ଲକର ଗଣିଜାଙ୍ଗ ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ । ଏପରିପେକ୍ଷୀରେ ଶୁକ୍ରବାର ସରପଞ୍ଚ ରଞ୍ଜନ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆଗରପଡା ଅଗ୍ନିଶମ ବାହିନୀର ଅଧିକାରୀ ସଞ୍ଜୀବ୍ କୁମାର ପ୍ରଧାନଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଗଣିଜାଙ୍ଗ ବଜାର, ବ୍ୟାଙ୍କ, ସ୍କୁଲ ଓ ପଞ୍ଚାୟତ ପରିସର ଆଦିକୁ ରାସାୟନିକ ସ୍ପ୍ରେ ମାଧ୍ୟମରେ ବିଶୋଧ କରିଥିବା ଦେଖାଯାଇଛି ।


