ସାନିଟାଇଜ କରାଗଲା ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ବ୍ଲକ ଅନ୍ତର୍ଗତ ଓସ୍ତପୁର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ପରିସରକୁ ଗୁରୁବାର ସାନିଟାଇଜ କରାଯାଇଛି । କେନ୍ଦ୍ରାପଡା ଅଗ୍ନିଶମ ବିଭାଗ ପକ୍ଷରୁ ଚିକିତ୍ସାଳୟ ପରିସରରେ ରାସାୟନିକ ପଦାର୍ଥ ମିଶା ଜଳ ସିଂଚନ କରାଯାଇ ସାନିଟାଇଜ କରାଯାଇଛି । ଚକ୍ଷୁ ବିଶେଷଜ୍ଞ ଡା.ସରୋଜ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓସ୍ତପୁର କୃଷି ସମବାୟ ସମିତିର ସଭାପତି ଫକିର ଚରଣ ଖଟୁଆ, ସତ୍ୟବ୍ରତ ସିଂ, ଆଇନଜୀବି ବିଧୁଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତ୍ୟେକ ଗୁରୁବାର ଓ ରବିବାର ଏହି ଚକ୍ଷୁ ଚିକିତ୍ସାଳୟରେ ଚକ୍ଷୁ ରୋଗୀମାନଙ୍କୁ ଚିକିତ୍ସା କରାଯାଉଥିବାରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚିକିତ୍ସାଳୟ ପରିସରକୁ ସାନିଟାଇଜ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ