ସାନି ମତଦାନ ୧୯ ରେ; ମୋଟ ୯୯୩୧ ଜଣ ସାବ୍ୟସ୍ତ କରିବେ ମତାଧିକାର
ଯାଜପୁର,(ଯୁଗାବ୍ଦ ନ୍ୟୁଜ): ବିଂଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀର ୨ ଟି, ବରୀର ୫ ଟି, ଧର୍ମଶାଳା ଓ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ଲେଖାଏଁ ବୁଥ୍ରେ ଚଳିତ ମାସ ୧୯ ତାରିଖ ଦିନ ପୁନଃ ମତଦାନ ଅନୁଷ୍ଠିତ ହେବ । ବିବିଧ କାରଣରୁ ଏହି ୯ ଗୋଟି ବୁଥ୍ରେ ପୁନଃ ମତଦାନ ପାଇଁ ଭାରତର ନିର୍ବାଚନ ଆୟୁକ୍ତ ନିର୍ଦ୍ଦେଶ ଦେବା ପରେ ପ୍ରସ୍ତୁତିକୁ ଜୋରଦାର କରିଚ୍ଥି ପ୍ରଶାସନ । ସୁରୁଖୁର ଓ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ପଦକ୍ଷେପ ଗ୍ରହଣ ସହ ସଂପୃକ୍ତ ବୁଥ୍ ମାନଙ୍କ ପାଇଁ ପୁଲି ପାର୍ଟି ମାନଙ୍କୁ ଦାୟିତ୍ୱ ଦିଆଯାଇଚ୍ଥି । ଏହି ୯ ଟି ବୁଥ୍ରେ ମୋଟ ୯୯୩୧ ଜଣ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୫୨୮୫ ଜଣ ପୁରୁଷ, ୪୬୪୫ ଜଣ ମହିଳା ଓ ଜଣେ ଅନ୍ୟାନ୍ୟ ଭୋଟର ରହିଚ୍ଥନ୍ତି । ବିଂଝାରପୁର ନିର୍ବାଚନ ମଣ୍ଡଳୀର ୧୩୫ ନମ୍ୱର କଲ୍ୟାଣପୁର ପ୍ରାଥମିକ ବିଦ୍ୟାଳୟ ବୁଥ୍ରେ ୧୨୯୬ ଜଣ ଭୋଟର ରହିଥିବା ବେଳେ ପୁରୁଷ ୭୧୮ ଜଣ ଓ ମହିଳା ୫୭୮ ଜଣ ଭୋଟର ଅଚ୍ଥନ୍ତି । ୧୯୧ ନମ୍ୱର ଥାଲକୁଡି ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ ବୁଥ୍ରେ ୫୧୪ ଜଣ ପୁରୁଷ, ୪୩୬ ଜଣ ମହିଳା ଓ ଜଣେ ଅନ୍ୟାନ୍ୟ ଏହିଭଳି ମୋଟ ୯୫୧ ଜଣ ଭୋଟର ରହିଚ୍ଥନ୍ତି । ବରୀ ନିର୍ବାଚନ ମଣ୍ଡଳୀର ୮୨ ନମ୍ୱର ସଙ୍ଗଗଦେଇପୁର ପ୍ରାଥମିକ ବିଦ୍ୟାଳୟ ବୁଥ୍ରେ ୩୦୩ ଜଣ ପୁରୁଷ, ୩୦୧ ଜଣ ମହିଳା ଏହିଭଳି ମୋଟ ୬୦୪ ଜଣ ଭୋଟର, ୧୫୮ ସରକାରୀ ନୋଡାଲ ଊଚ୍ଚ ବିଦ୍ୟାଳୟ ରାମଚନ୍ଦ୍ରପୁର ବୁଥ୍ରେ ୫୯୧ ପୁରୁଷ, ୫୭୧ ମହିଳା, ମୋଟ ୧୧୬୨ ଭୋଟର । ୧୬୨ ନମ୍ୱର ବ୍ରଜବନ୍ଧୁ ନୋଡାଲ ଊ.ପ୍ରା: ବିଦ୍ୟାଳୟ ବୁଥ୍ରେ ୭୦୨ ପୁରୁଷ, ୬୨୭ ମହିଳା, ମୋଟ ୧୩୨୯ ଜଣ ଭୋଟର । ୧୬୩ ନମ୍ୱର ବ୍ରଜବନ୍ଧୁ ନୋଡାଲ ଊ.ପ୍ରା: ସ୍କୁଲ ଅଲିପୁର ôବଥ୍ରେ ୭୪୦ ଜଣ ପୁରୁଷ, ୫୯୭ ଜଣ ମହିଳା, ମୋଟ ୧୩୩୭ ଜଣ ଭୋଟର । ୧୯୪ ବାଲିବିଲ ନୋଡା ଊ.ପ୍ରା: ବିଦ୍ୟାଳୟ ବୁଥ୍ରେ ୬୪୧ ଜଣ ପୁରୁଷ, ୫୨୭ ଜଣ ମହିଳା, ମୋଟ ୧୧୬୮ ଜଣ ଭୋଟର ରହିଚ୍ଥନ୍ତି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୪୮ ନମ୍ୱର ମିର୍ଜାପୁର ପ୍ରାଥମିକ ବିଦ୍ୟାଳୟ ବୁଥ୍ରେ ୬୫୪ ଜଣ ପୁରୁଷ, ୬୦୨ ଜଣ ମହିଳା, ମୋଟ ୧୨୫୬ ଜଣ ଭୋଟର ଓ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀର ୧୯୬ ଓଲଳ ପ୍ରାଥମିକ ବିଦ୍ୟାଳୟ ବୁଥ୍ରେ ୪୨୨ ଜଣ ପୁରୁଷ, ୪୦୬ ଜଣ ମହିଳା, ଏହିଭଳି ମୋଟ ୮୨୮ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ସୁଦୃଢ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ଭୋଟର ନିଶ୍ଚୟ ସେମାନଙ୍କର ମତଦାନ କରିବାକୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ନିବେଦନ କରିଚ୍ଥନ୍ତି ।