ସାନ୍ତସାହି ଗୋବରୀ କେନାଲ ପୋଲ ଅସୁରକ୍ଷିତ:ତୁରନ୍ତ ପଦକ୍ଷେପ ପାଇଁ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ତିନିମୁହାଣି ଠାରୁ ଅଙ୍ଗୁଳେଇ ରାସ୍ତାର ସାନ୍ତସାହି ଠାରେ ଗୋବରୀ କେନାଲ ଉପରେ ଥିବା ପୋଲଟି ଅସୁରକ୍ଷିତ ହୋଇପଡିଥିବା ଦେଖିବାକୁ ମିଳିଛି । ପୋଲଟିର ଉଭୟ ପାଶ୍ୱର୍ରେ ସିମେଂଟ ଛାଡିଯାଇ ଲୁହାରଡ ବାହାରକୁ ବାହାରି ପଡିଥିବା ଦେଖିବାକୁ ମିଳିଛି । ପୂର୍ବତନ କେନ୍ଦ୍ରାପଡା ବିଧାୟକ ସ୍ୱର୍ଗତ ଇନ୍ଦ୍ରମଣୀ ରାଉତ ବିଧାୟକ ଥିବା ସମୟରେ ଗତ ୧୯୮୨ ମସିହାରେ ମାତ୍ର ୩୦ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ ଏହି ପୋଲଟି ନିର୍ମିତ ହୋଇଥିଲା । ଗତ ୩୮ବର୍ଷ ଭିତରେ ଏହି ପୋଲର ଆବଶ୍ୟକ ରକ୍ଷଣାବେକ୍ଷଣା କରାଯାଇନଥିବା କାରଣରୁ ପୋଲଟି ଅସୁରକ୍ଷିତ ହୋଇପଡିଥିବା ଅଭିଯୋଗ ହୋଇଛି । ଦୈନିକ ହଜାର ହଜାର ସଂଖ୍ୟାରେ ଯାନବାହାନ ଓ ଲୋକମାନେ ଏହି ପୋଲ ଉପର ଦେଇ ଯାତାୟତ କରିଥାନ୍ତି । କିନ୍ତୁ ପୋଲଟିର ବର୍ତ୍ତମାନର ଅବସ୍ଥା ଦେଖିଲେ ଯାହା ଜଣାପଡେ ପୋଲଟିର ତଳ ପଟରୁ ସିମେଂଟ ଛାଡିଯାଇ ଲୁହାରଡ ଉପରକୁ ଦେଖାଯାଉଥିବା ବେଳେ ପୋଲଟିର ଉଭୟ ପାଶ୍ୱର୍ରେ ଏଭଳି ଭାବରେ ସିମେଂଟ ଛାଡି ଯାଇ ଲୁହାରଡ ବାହାରକୁ ବାହାରି ପଡିଛି । ପୋଲଟିର ବାଡା ଗୁଡିକ ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଏଥିସହିତ ପୋଲଟି ଯେଉଁ ଦୁଇଟି ବିମ ଉପରେ ଛିଡା ହୋଇଛି ଉଭୟ ବିମର ଭିତର ପାଶ୍ୱର୍ରେ ସିମେଂଟ ଛାଡି ଯାଇ ବଡ ବଡ ପଥର ଖଣ୍ଡ ବାହାରକୁ ବାହାରି ପଡିଥିବା ମଧ୍ୟ ଦେଖାଯାଉଛି । ଏଭଳି ପରିସ୍ଥିତିରେ ସାନ୍ତସାହି ଗୋବରୀ କେନାଲ ପୋଲଟି ଅସୁରକ୍ଷିତ ହୋଇପଡିଥିବା ବେଳେ ପୂର୍ତ୍ତ ବିଭାଗ ଏଥିପ୍ରତି ଆବଶ୍ୟକ ଦୃଷ୍ଟି ଦେଉନଥିବା ମଧ୍ୟ ଅଭିଯୋଗ ହୋଇଛି । ଏସମ୍ପର୍କରେ ସ୍ଥାନୀୟ ଜନସାଧାରଣ କେନ୍ଦ୍ରାପଡା ପୂର୍ତ୍ତ ବିଭାଗକୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ସଂପୃକ୍ତ ବିଭାଗ ଏଥିପ୍ରତି ଯତ୍ନବାନ ହୋଇନଥିବା ଅଭିଯୋଗ ହୋଇଛି । ସେହି ପୋଲ ଉପର ଦେଇ ଯାଉଥିବା ସାଧାରଣ ଜନତାଙ୍କ ଜୀବନର ସୁରକ୍ଷା ପାଇଁ ଏହି ପୋଲଟିକୁ ତୁରନ୍ତ ସୁରକ୍ଷିତ କରାଯିବା ନତୁବା ଅନ୍ୟ ଏକ ନୂତନ ପୋଲ ନିର୍ମାଣ କରାଯିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମାଜସେବୀ ସମୀର କୁମାର ଚାନ୍ଦ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ