ସାନ୍ତାଳହୁଲ୍ ଭାରତର ପ୍ରଥମ ବିଦ୍ରୋହ
ଦଶରଥହେମ୍ବ୍ରମ୍
ଭାରତୀୟସ୍ୱାଧୀନତା ଆନ୍ଦୋଳନର ପ୍ରଥମ ବିଦ୍ରୋହ ୧୮୫୭ରେ ଘଟିଥିବା ‘ସିପାହୀବିଦ୍ରୋହ’ର ଦୁଇବର୍ଷ ପୂର୍ବରୁସାନ୍ତାଳବିଦ୍ରୋହରସୂତ୍ରପାତହୋଇଥିଲା ।ସାନ୍ତାଳଭାଷାରେଏହାସାନ୍ତାଳହୁଲ୍ ନାମରେବିଦିତ ।ଏହା ଅଖଣ୍ଡ ଭାରତର ପୂର୍ବଭାରତରେ ଆଜିରଝାଡ଼ଖଣ୍ଡରାଜ୍ୟର ଏକ ସ୍ଥାନୀୟବିଦ୍ରୋହ ଥିଲା ।କିନ୍ତୁ ପରବର୍ତ୍ତୀସମୟରେଏହିବିଦ୍ରୋହସାରା ପୂର୍ବଭାରତରେସାନ୍ତାଳହୁଲ୍ ନାମରେବ୍ୟାପି ଯାଇଥିଲା ।ଏହାଇଂରେଜ ଔପନିବେଶିକଶାସନର ଅତ୍ୟାଚାରପୂର୍ଣ୍ଣ ନୀତି, ଯାହା ଏକ ବିକୃତରାଜସ୍ୱ ପଦ୍ଧତିମାଧ୍ୟମରେ ପ୍ରସାରିତହୋଇଥିଲା ।ସ୍ଥାନୀୟଜମିଦାରୀବ୍ୟବସ୍ଥା, ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରପୋଲିସ ତଥା ଇଂରେଜଦ୍ୱାରାସ୍ଥାପିତ ଅଦାଲତଗୁଡ଼ିକରେ ନ୍ୟାୟରୁବଞ୍ଚିତସାନ୍ତାଳଲୋକମାନଙ୍କ ଦ୍ୱାରାସଂଗଠିତ ଏକ ଭୟଙ୍କରସାନ୍ତାଳବିଦ୍ରୋହ ।ଏହିବିଦ୍ରୋହ ପାଇଁଚାରିଭାଇସିଦୋ ମୁର୍ମୁ, କାହ୍ନୁମୁର୍ମୁ, ଚାନ୍ଦ ମୁର୍ମୁଏବଂଭାଇରବମୁର୍ମୁଙ୍କନେତୃତ୍ୱରେଜୁନ ୩୦, ୧୮୫୫ରେ ଆରମ୍ଭ ହୋଇଥିଲା ।ଏହାକୁବଳପୂର୍ବକ ଦମନ କରିବା ପାଇଁଇଂରେଜମାନେ ନଭେମ୍ବର ୧୦, ୧୮୫୫ରେ ସାମରିକ ଆଇନ ଲାଗୁକରିଥିଲେଏବଂଜାନୁଆରୀ ୩, ୧୮୫୬ରେ ଏହି ଆଇନକୁସ୍ଥଗିତକରାଗଲା ।ସାତ-ଆଠମାସ ଧରିଇଂରେଜଏବଂସାନ୍ତାଳମଧ୍ୟରେଚାଲିଥିବାଏହି ଯୁଦ୍ଧରେ ପ୍ରାୟ ୧୫,୦୦୦ରୁ ଅଧିକଲୋକ ନିହତହୋଇଥିବାବେଳେଶତାଧିକଗାଁ ଧ୍ୱଂସକରାଯାଇଥିଲା ।କିନ୍ତୁବିଦ୍ରୋହସମୟରେସାନ୍ତାଳନେତାମାନେ ପ୍ରାୟ ୬୦,୦୦୦ ସାନ୍ତାଳଙ୍କୁଏକାଠିକରିବାଏବଂ ୧୫୦୦ ରୁ ୨୦୦୦ ଗୋଷ୍ଠୀ ଗଠନ କରିବାରେସକ୍ଷମହୋଇଥିଲେ ।ଏହିବିଦ୍ରୋହରେକେବଳସାନ୍ତାଳମାନେ ସାମିଲ ଥିଲେ, ତାହା ନୁହଁଏପରି ଅନେକଜାତିର ଆଦିବାସୀଏବଂ ଅଣ-ଆଦିବାସୀମାନେ ଏହିବିଦ୍ରୋହରେସାମିଲ ଥିଲେ ।
ଇଂରେଜ ଉପନିବେଶବାଦ ବିରୋଧି ଭାରତରସ୍ୱାଧୀନତାସଂଗ୍ରାମରେ ୩୦ ଜୁନ୍ ଏକ ଗୁରୁତ୍ୱପୂର୍ଣ୍ଣ ଦିବସକହିଲେ ଅତ୍ଯୁକ୍ତିହେବ ନାହିଁ ।ଏହାଭାରତୀୟଇତିହାସରେ ‘ହୁଲ୍ ଦିବସ’ ନାମରେ ପରିଚିତ । ୧୮୫୫ର ଏହି ଦିନରେ ପଶ୍ଚିମବଙ୍ଗ ଏବଂବିହାର (ଅଧୁନାଝାଡ଼ଖଣ୍ଡ) ରାଜ୍ୟସୀମାରେ ଥିବାସାନ୍ତାଳ ପ୍ରଗଣା ଅଞ୍ଚଳରରାଜମହଲ ପାର୍ବତ୍ୟାଞ୍ଚଳରେବସବାସକରୁଥିବାସାନ୍ତାଳଜନଜାତିରଲୋକମାନଙ୍କ ଦ୍ୱାରାଏହିଐତିହାସିକବିଦ୍ରୋହର ଆରମ୍ଭ ହୋଇଥିଲା ।ସାନ୍ତାଳମାନେ ଜଙ୍ଗଲଉପରେ ନିର୍ଭରକରିସେଠାରେରହୁଥିଲେ । ଧାନଚାଷସହିତଗୃହପାଳିତ ପଶୁଚାଷକରିବାସେମାନଙ୍କ ଏକ ପ୍ରକାଶବୃତ୍ତି ଥିବାବେଳେଶିକାରକରିବାସାନ୍ତାଳଙ୍କ ପରମ୍ପରାରେରହିଥିଲା ।କିନ୍ତୁ ପର୍ବପର୍ବାଣି ଓ ଯାନିଯାତ୍ରାସମୟରେସାନ୍ତାଳମାନେ ଏକତ୍ରିତହେବାରସୌଭାଗ୍ୟ ଅର୍ଜନ କରିବାସହିତସମ୍ପର୍କକୁସୁଦୃଢ଼କରିବାରେସେମାନେ ସାଫଲ୍ୟମଣ୍ଡିତହୋଇପାରୁଥିଲେ ।ଏହି ପରିପ୍ରେକ୍ଷୀରେଇଂରେଜମାନେ ୧୮୩୨ରେ ଦାମିନ-ଇ-କୋହ ଅଞ୍ଚଳକୁଚିହ୍ନଟକରିସାନ୍ତାଳମାନଙ୍କୁଏହି ଅଞ୍ଚଳରେବସବାସକରିବାକୁ ନିମନ୍ତ୍ରଣକରିଥିଲେ ।ସେହି ଅଞ୍ଚଳରେ ଥିବାଜମି ଓ ଅର୍ଥନୈତିକସୁବିଧାର ପ୍ରତିଶ୍ରୁତିଯୋଗୁଁ ଧଳଭୂମ, ମନଭୂମ, ହଜାରିବାଗ, ମେଦିନୀପୁର ଆଦି ଅଞ୍ଚଳରୁବହୁସଂଖ୍ୟକସାନ୍ତାଳଲୋକମାନେ ବସବାସକରିବାକୁ ଆସିଥିଲେ ।ଏହାରକିଛିଦିନ ପରେଏହି ଅଞ୍ଚଳରେବସବାସକରୁଥିବାସ୍ଥାନୀୟସାନ୍ତାଳଲୋକମାନଙ୍କୁଜମିଦାରମାନେ ଗୋତିଶ୍ରମିକଭାବେରଖିସେମାନଙ୍କଶ୍ରମକୁଲୁଟୁଥିଲେ ।ସୁଧଖୋରମହାଜନମାନେ ସେମାନଙ୍କୁଋଣଗ୍ରସ୍ତକରିବାସହଚଢ଼ାସୁଧ ଆଦାୟକରି ଆଦିବାସୀଙ୍କଜମିକୁବିଭିନ୍ନ ଆଳରେବଳପୂର୍ବକଛଡ଼େଇ ନିଜ ନିଜ ନାମରେଜମି ପଟ୍ଟା କରିନେଉଥିଲେ ।ଏପରିକିସାନ୍ତାଳସୁନ୍ଦରମହିଳାମାନଙ୍କୁଖରାପ ନଜରରେ ଦେଖିବଳପୂର୍ବକସେମାନଙ୍କଇଚ୍ଛାବିରୁଦ୍ଧରେବାରମ୍ବାର ଧର୍ଷଣରଶିକାରବନାଉଥିଲେ ।ଏନେଇକେହି ଯଦି କାହାବିରୁଦ୍ଧରେସ୍ୱରଉତ୍ତୋଳନ କରୁଥିଲେ, ତା’ହେଲେଜମିଦାରମାନେ ନିଜରଗୁଣ୍ଡାଏବଂଇଂରେଜପୋଲିସଲଗାଇସେମାନଙ୍କଉପରେ ଅମାନୁଷିକ ଅତ୍ୟାଚାରକରିବାକୁ ପଛାଉ ନଥିଲେ ।ଏଭଳିଭାବରେସାନ୍ତାଳଜନଜାତିମାନଙ୍କୁଜାଣିଶୁଣିଶାରୀରିକଏବଂମାନସିକକ୍ଷେତ୍ରରେହଇରାଣକରାଯାଉଥିଲା ।ଚାଷୀ, ଗରିବ, ସରଳଏବଂ ନିରକ୍ଷର ଥିବାରୁସାନ୍ତାଳମାନେ ଇଂରେଜମହାଜନ, ସାହୁକାର, ପୋଲିସଙ୍କବିରୋଦ୍ଧରେସ୍ୱରଉତ୍ତୋଳନ କରିବାକୁସାହସ ପାଉନଥିଲେ ।ଏମିତିକି ଅନେକସାନ୍ତାଳଲୋକମାନେ ମରିବା ପର୍ଯ୍ୟନ୍ତ ସାହୁକାର ଓ ଜମିଦାରଘରେଗତିଖଟୁଥିଲେ ।
ଭାରତରଗଭର୍ଣ୍ଣରଜେନେରାଲଲର୍ଡ଼ଡେଲହାଉସୀଙ୍କସମୟରେରେଳଲାଇନ୍ବିଛାଇବାକାମ ଆରମ୍ଭ କରିଦିଆଗଲା ।ଏହାହେବାଦ୍ୱାରାସାନ୍ତାଳ ଆଦିବାସୀମାନଙ୍କବହୁଉର୍ବରଚାଷଜମିସବୁଚାଲିଗଲାକିନ୍ତୁଜମିବାବଦକୁଇଂରେଜସରକାରଭରଣକ୍ଷତି ପାଇଁଟଙ୍କାଟିଏବି ଆଦିବାସୀଙ୍କୁ ଦେଲେ ନାହିଁ, ଯଦିବିଏନେଇକୋର୍ଟକଚେରୀରେମାଲିମୋକଦ୍ଦମାକରାଗଲାକିନ୍ତୁସାନ୍ତାଳମାନେ ନ୍ୟାୟ ବଦଳରେ ଅନ୍ୟାୟ ପାଇଲେ, ଯାହାକିସେମାନଙ୍କଭିତରେଭୟଙ୍କର ଅସନ୍ତୋଷସୃଷ୍ଟିକଲା ।ତେଣୁଏସବୁଘଟଣାକୁନେଇସାନ୍ତାଳ ପ୍ରଗଣା ଅଞ୍ଚଳରେବଡ଼ବଡ଼ସଭାସମିତିର ଆୟୋଜନ କରାଗଲା ।ଇଂରେଜବିରୋଧ ଆନ୍ଦୋଳନ ଅଭିଯାନରେ ଆଦିବାସୀଙ୍କସହସ୍ଥାନୀୟ ଅଣ-ଆଦିବାସୀସମ୍ପ୍ରଦାୟରବହୁସଂଖ୍ୟାକଗରିବଲୋକମାନେ ଏଥିରେଯୋଗଦେଲେ ।ସମସ୍ତଙ୍କ ସର୍ବସମ୍ମତକ୍ରମେ ଚାରିଭାଇଙ୍କମଧ୍ୟରୁସିଦୋ ଏବଂକାନୁମୁର୍ମୁଙ୍କୁହିଁ ନିଜର ଉପଯୁକ୍ତନେତାରୂପରେଜନତାଜନାର୍ଦ୍ଦନ ବାଛିଲେ ।ସେଦିନ ଥିଲା, ୩୦ ଜୁନ୍, ୧୮୫୫ ଏବଂସେମାନେ ନିଷ୍ପତ୍ତି ନେଲେ ଯେ କଲିକତାମୁଖ୍ୟାଳୟରେ ଥିବାଇଂରେଜମାନଙ୍କବଡ଼ ଅଧିକାରୀକିମ୍ବାବଡ଼ଲାଟଙ୍କ ପାଖକୁ ଯାଇଗୁହାରୀକଲେ, ହୁଏତସେମାନଙ୍କର ଦୁଃଖ ଦୂରହୋଇଯିବ ।ତେଣୁବଡ଼ଲାଟଙ୍କୁଭେଟିବା ପାଇଁକଲିକତାକୁ ପଦଯାତ୍ରାରେବାହାରି ଯିବାକୁସ୍ଥିରକଲେ ।ସେହିଦିନ ହିଁଭାଗନାଡ଼ିହିଠାରେ ଆଦିବାସୀମାନଙ୍କର ଏକ ବିଶାଳସମାବେଶ ଅନୁଷ୍ଠିତହୋଇ ପଦଯାତ୍ରା ଆରମ୍ଭ ହୋଇଥିଲା ।ହଜାରହଜାର ଆଦିବାସୀଙ୍କସମାବେଶ ପଦଯାତ୍ରାଖବର ପାଇଇଂରେଜସୈନ୍ୟଦଳ ଏବଂଇଂରେଜ ଅଧିକାରୀମାନେ ସେହିସ୍ଥାନକୁ ଆସିସିଦୋ-କାହ୍ନୁଙ୍କନେତୃତ୍ୱରେଏହି ପଦଯାତ୍ରାକୁ ଅଟକାଇ ଆନ୍ଦୋଳନରମୁଖ୍ୟନେତାମାନଙ୍କୁଇଂରେଜ ଅଧିକାରୀମାନେ ଗିରଫ କରିବା ଆରମ୍ଭ କରିଥିଲେ । ଆନ୍ଦୋଳନରେନେତୃତ୍ୱନେଇଥିବାସିଦୋ-କାହ୍ନୁଙ୍କସମେତ ଆନ୍ଦୋଳନକାରୀମାନେ ସ୍ପଷ୍ଟ ରୂପେ ବୁଝିଗଲେ ଯେ, ସେମାନେ ଶାନ୍ତିପୂର୍ଣ୍ଣଭାବେ ପଦଯାତ୍ରାରେକଲିକତା ଯାଇ ନିଜର ଦାବିଜଣାଇବାକୁଇଂରେଜବଡ଼ଲାଟ୍ବୋଧହୁଏଚାହୁଁନାହାନ୍ତି । ଅତଏବଗୁହାରୀଜରିଆରେ ନୁହେଁ, ବରଂବିଦ୍ରୋହହିଁଏକମାତ୍ରରାସ୍ତାବୋଲିବୁଝିଯିବା ପରେସାନ୍ତାଳମାନେ ଅସ୍ତ୍ରଶସ୍ତ୍ର ଧାରଣକରିଥିଲେ । ଅନେକଗ୍ରାମରଜମିଦାର, କରଜ ଦେଉଥିବାମହାଜନ/ସାହୁକାରମାନଙ୍କୁହତ୍ୟାକରିଦେଲେ ।ଏଭଳି ଏକ ଖୋଲାବିଦ୍ରୋହଇଂରେଜସରକାରଙ୍କୁବିସ୍ମିତକରିଦେଇଥିଲା ।ବିଦ୍ରୋହକୁ ଦମନ କରିବା ପାଇଁଇଂରେଜସରକାର ପ୍ରଥମେ ଅଳ୍ପ ସଂଖ୍ୟକସୈନ୍ୟଦଳ ପଠାଗଲା ।କିନ୍ତୁଏହା ଅକୃତକାର୍ଯ୍ୟହେବାରୁସାନ୍ତାଳବିଦ୍ରୋହୀମାନେ ଅଧିକଉତ୍ସାହିତହେଲେ । ଆଇନ-ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣବାହାରକୁଚାଲିଯାଉଛିବିଚାରବିମର୍ଶକରିଇଂରେଜମାନେ ବିରାଟ ପଦକ୍ଷେପ ନେଲେ ।ବିଦ୍ରୋହ ପ୍ରଭାବିତ ଅଞ୍ଚଳକୁବହୁସଂଖ୍ୟକସୈନ୍ୟଦଳ ପଠାଗଲା ।ଇଂରେଜମାନେ ସ୍ଥାନୀୟଜମିଦାର ଓ ମୁର୍ଶିବାଦର ନୱାବଙ୍କ ଦ୍ୱାରାସାନ୍ତାଳବିଦ୍ରୋହକୁ ଦମନ କରିବା ପାଇଁସାହାଯ୍ୟ ପାଇଥିଲେ ।ଏହିସମୟରେସାନ୍ତାଳମାନଙ୍କରକୁଟିଆଘରଗୁଡିକଭାଙ୍ଗିବା ପାଇଁ ନବାବଙ୍କ ଦ୍ୱାରାଯୋଗାଇଦେଇଥିବାହାତୀମାନଙ୍କୁବ୍ୟବହାରକରାଯାଉଥିଲା ।ଇଂରେଜସୈନ୍ୟ ଓ ତାଙ୍କରସହଯୋଗୀମାନେ ସେହିଭଳି ଆହୁରି ଅନେକ ଅକଥନୀୟ ଅତ୍ୟାଚାରକରି ଅନେକ ନିରୀହଙ୍କୁହତ୍ୟାକରିଥିଲେ ।ଏପରିଭାବେ ୧୮୫୬ର ଜାନୁଆରୀଶେଷଏବଂଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କହଲଗାଁ, ସୁରି, ରଘୁନାଥପୁର ଓ ମୁଙ୍କତୋରା ଆଦି ସ୍ଥାନରେବଡ଼ ଧରଣରସଂଘର୍ଷହୋଇଥିଲା ।ତେବେଜୁନ ୩୦, ୧୮୫୫ ରୁଫେବୃଆରୀ ୧୮୫୬ ତଥା ଦୀର୍ଘ ଆଠମାସ ଧରିଚାଲିଥିବାଏହିବିଦ୍ରୋହସମୟରେମହିଳାନେତ୍ରୀ ଫୁଲମୁର୍ମୁଙ୍କୁ ଅତ୍ୟନ୍ତ ନିର୍ମମଭାବେବଳତ୍କାର ଓ ହତ୍ୟାକରିତାଙ୍କକ୍ଷତାକ୍ତମରଶରୀରକୁରେଳଲାଇନ୍କଡ଼ରେ ଫିଙ୍ଗି ଦିଆଯାଇଥିଲା ।ସେହିଭଳିସିଦୋ–କାହ୍ନୁଙ୍କ ଦୁଇଭାଇଚାନ୍ଦ ଏବଂଭାଇରବଙ୍କୁ ନିର୍ମମଭାବେହତ୍ୟାକରିଦିଆଗଲା ।ସାନ୍ତାଳମାନଙ୍କ ପ୍ରମୁଖ୍ୟନେତାସିଦୋ–କାହ୍ନୁଙ୍କୁଗିରଫ କରିବା ପାଇଁଇଂରେଜସରକାର ୧୦ ହଜାରଟଙ୍କାର ଏକ ପୁରସ୍କାରରାଶିଘୋଷଣାକରିଥିଲା ।ଶେଷରେ ୧୮୫୬ ଫେବୃଆରୀ ପ୍ରଥମ ସପ୍ତାହରେ ଆନ୍ଦୋଳନର ପ୍ରମୁଖନେତାସିଦୋ ମୁର୍ମୁଇଂରେଜଗୁଳିରେ ପ୍ରାଣହରାଇଥିବାବେଳେଏହାରସପ୍ତାହ ପରେ ଅନ୍ୟତମନେତାକାହ୍ନୁମୁର୍ମୁଙ୍କୁଜୀବନ୍ତ ଧରିଗିରଫ କରିବାରେଇଂରେଜମାନେ ସଫଳହୋଇଥିଲେ ।ଏଭଳିଭାବେଇଂରେଜମାନେ ସାନ୍ତାଳବିଦ୍ରୋହକୁ ଦମନ କରିବାରେସଫଳହେଇଥିଲେ ।


