ସାନ୍ତାଳୀ ନବ ବର୍ଷ ପାଳିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ପବିତ୍ର ମାଘମାସରେ ସାନ୍ତାଳୀ ମାନଙ୍କ ନବବର୍ଷ ଧୂମଧାମରେ ପୁରପଲ୍ଲୀରେ ଧୁମଧାମରେ ପାଳିତ ହେଉଅଛି । ବୁଧବାର ଦିନ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହର ସନ୍ନିକଟ ହଳଦା ପଞ୍ଚାୟତର ପ୍ରସିଦ୍ଧ ଆମ୍ବଵାଗାନରେମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ’ଆଦିମ ସାଓ୍ବାନ୍ତା ସେମଲେଦ’ପକ୍ଷରୁ ସାନ୍ତାଳୀ ନବବର୍ଷ ମହା ଧୁମ ଧାମରେ ପାଳିତ ହୋଇଯାଇଛି । ଆଜି ସକାଳେ ଆଦିବାସୀଙ୍କ ପୂଜାର୍ଚ୍ଚନା ପୀଠ ଜାହିରାରେ ସାନ୍ତାଳସମାଜ ତରଫରୁ ପୂଜାର୍ଚ୍ଚନା କରାଯାଇଥିଲା ତାପରେ ସାନ୍ତାଳୀ ସମାଜ ତରଫରୁ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଂଗଠନର ସଭାପତି ଲଛୁ ହାଁସଦା଼ଙ୍କ ପୌରହିତ୍ୟରେ ଧର୍ମ, ଭାଷା, ସଂସ୍କୂତି, ଶିକ୍ଷା, ସେବା ସଂପର୍କିତ କାର୍ଯ୍ୟକ୍ରମ ଆଲୋଚିତ ହୋଇଥିଲା । ସଭରେ ବିଭିନ୍ନଅଂଚଳରୁ ଆସିଥିବା ବୁଦ୍ଧିଜୀବୀ, ସଂସ୍କୂତି ପ୍ରେମୀ, କବି, ଲେଖକ, ପରିବେଶବିତ୍, ସମାଜସେବୀ ଯୋଗ ଦେଇ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ପରେ ସମସ୍ତଙ୍କୁ ଭୋଜିଭାତରେ ଆପ୍ୟାୟିତ କରାଯାଇଥିଲା । ପରେ ସମସ୍ତେ ସାମସ୍ତେ ସାନ୍ତାଳୀ ନବ ବର୍ଷକୁ ସ୍ୱାଗତ କରି ପରସ୍ପରକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।ନବ ବର୍ଷ ସମସ୍ତଙ୍କର ସଶାନ୍ତି, ମୈତ୍ରୀ, ସୁଖ, ସମୃଦ୍ଧି ଆଣିଦେଉ ବୋଲି ମାରାଂବୁରୁଙ୍କ ପାଖରେ ପ୍ରାର୍ଥନା କରିଥାନ୍ତେ । ପରେ ପୁରୁଷ ,ମହିଳା ମାଦଳା ତାଳେ ତାଳେ ଆଦିବାସୀ ପାରଂପରିକ ନୃତ୍ୟ ଗୀତରେ ମସଗୁଲ ହୋଇଥିଲେ । କାର୍ଯ୍ୟକ୍ରମକୁ କାଶୀନାଥ ସୋରେନ, ରଣଜିତ ବାସ୍କେ, ଯଦୁନାଥ ହାଁସଦା, ମିଥିଳା ଟୁଡୁ, ଭୁଗୁଲୁ ମାରାଣ୍ଡି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


