ସାନ୍ଧ୍ୟ ମହାବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ଆଭାଷୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ମଧୁସୁଦନ କାମିଲା ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ ସଭାପତିତ୍ୱ କରି ଗଣତନ୍ତ୍ର ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ସଂଯୋଜକ ନିରଦ ବରଣ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟତାବାଦ ଓ ଦେଶର ଭବିଷ୍ୟତ ଗଢିତୋଳିବା ସମ୍ପର୍କରେ ଯୁବକମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପୂର୍ବତନ ସେନା ଅଧିକାରୀ ମେଜର ଭରତ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେଶ ଗଠନରେ ଏକ ସୈନିକର ଭୂମିକା ଏବଂ ନିଜର ସଂସ୍କୃତି ଓ ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ଯୁବପିଢୀକୁ ପ୍ରେରଣା ଦେଇଥିଲେ । ସମ୍ମାନିତ ଅତିଥି ଭାବେ କଲେଜ ଇତିହାସ ବିଭାଗ ବରିଷ୍ଠ ଅଧ୍ୟାପକ ଶିଶିରକାନ୍ତ ମହାପାତ୍ର ଗଣତନ୍ତ୍ର ଦିବସର ଉଦେଶ୍ୟ ଓ ସ୍ୱାଧୀନଚେତା ମଣିଷର ଲକ୍ଷ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଳିକା ବିଭାଗର କାର୍ଯ୍ୟକାରୀ ଅଧିକାରୀ ଗିରିଜାକାନ୍ତ ଦାଶ, ଆଦ୍ୟାରଶ୍ମୀ ମହାପାତ୍ର, ଡଃ. ମନୋରଞ୍ଜନ ରାଉତ, ରାକେଶ କୁମାର ସାହୁଙ୍କ ସମେତ ସ୍ୱେଛାସେବୀମାନେ ଉପସ୍ଥିତ ଥିଲେ । ଶେଷରେ ବାଳକ ବିଭାଗର କାର୍ଯ୍ୟକାରୀ ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ