ସାନ୍ଧ୍ୟ ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ଓଡିଆ ଭାଷା ସାହିତ୍ୟ ବିଭାଗ ବରିଷ୍ଠ ଅଧ୍ୟାପକ ବିରଜାନନ୍ଦ ମହାନ୍ତିଙ୍କ ସେବା ନିବୃତି ଉପଲକ୍ଷେ +୩ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ବିଶ୍ୱାଳ, ବର୍ତ୍ତମାନର ଅଧ୍ୟକ୍ଷ ଗଙ୍ଗାଧର ସାହୁ, +୩ର ଅଧ୍ୟକ୍ଷ ମଧୁସୂଦନ କାମିଲା, ଅଧ୍ୟାପକ ଅଜୟ କୁମାର ଦାସ, ଶିଶିରକାନ୍ତ ମହାପାତ୍ର, ଡଃ. ମନୋରଞ୍ଜନ ରାଉତ, ଗିରିଜାକାନ୍ତ ଦାସ, ପୁରାତନ ଛାତ୍ର ବିଜୟ କୁମାର ବେହେରା, କଳ୍ପତରୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନେ ଗୁରୁଜୀଙ୍କ ଦ୍ୱାରା ଅନୁଷ୍ଠାନରେ ହୋଇଥିବା ମହତ୍ କାର୍ଯ୍ୟଗୁଡିକର ଅବତାରଣା କରିବା ସହ ତାଙ୍କ ଦୀର୍ଘ ଓ ସୁସ୍ଥ ନିରୋଗ ନିରାମୟ ଜୀବନ ପାଇଁ ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଅଧ୍ୟାପକ ଗିରିଜାକାନ୍ତ ଦାସ ସଭାକାର୍ଯ୍ୟ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।