ସାନ ଭଉଣୀକୁ ମାରି ଆତ୍ମହତ୍ୟା କଲା ବଡ଼ ଭଉଣୀ

କେନ୍ଦୁଝର, (ୱାଇଏନ୍‌ଏସ୍‌): କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ ରବିବାର ସନ୍ଧ୍ୟାରେ ଗୋଟିଏ ପରିବାରର ଦୁଇ ଭଉଣୀଙ୍କ ମୃତୁ୍ୟ ହୋଇଛି । ବଡ଼ ଭଉଣୀ,ସାନ ଭଉଣୀକୁ ହାଣି ନିଜେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି । ଘଟଣାରୁ ପ୍ରକାଶ ଯେ, ଏହି ଗ୍ରାମର ଭିକାରୀ ଦେହୁରୀ ତାଙ୍କ ସ୍ତ୍ରୀ ଜେମା ଦେହୁରୀଙ୍କ ସହ ବିଲକୁ କାମ କରିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରିବା ପରେ ଗୋଟିଏ ଘର ଭିତରୁ କବାଟ ବନ୍ଦ ରହିଥିବା ଦେଖିବାକୁ ପାଇଥିଲେ । କବାଟ ଭାଙ୍ଗି ଦେଖିବା ପରେ ସାନ ଝିଅ ଋକୁଣି ଦେହୁରୀ(୧୪)ର ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ବେଳେ ବଡଝିଅ କ୍ଷୀରମଣୀ ଦେହୁରୀ (୧୭)ଫ୍ୟାନରେ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ । ତେବେ ପରିପାଶ୍ୱିକ ସ୍ଥିତିରୁ ସାନ ଭଉଣୀକୁ ହତ୍ୟା କରି ବଡ ଭଉଣୀ ଆତ୍ମହତ୍ୟା କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ