ସାନ ଭାଇକୁ ଆକ୍ରମଣ କରି ବଡ ଭାଇ ଭାଉଜ ଜେଲ ଗଲେ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ଢେପ ସାହିରେ ସାନ ଭାଇ କୁ ଆକ୍ରମଣ କରି ବଡ ଭାଇ ଭାଉଜ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ପୋଲିସ l ଗିରଫ ଭାଇ ଭାଉଜ ଜଣଙ୍କ ହେଲେ ପାଟପୁର ଥାନା ପଦ୍ମପୁର ଢେପସାହିର ମାଲେଶୁ ନାୟକ ଓ ତାଙ୍କ ସ୍ତ୍ରୀ ଗୋଲାପ ନାୟକ l ସୂଚନା ଯୋଗ୍ୟ ମାଆ କୁ ଭରଣ ପୋଷଣ ନିମନ୍ତେ ଶନିବାର ଦିନ ମାଲେଶୁ ନାୟକ, ଗୋଲାପ ନାୟକ ଓ ଭାଇ ଲାଣ୍ଡୁ ନାୟକ ମଧ୍ୟରେ ବଚସା ହୋଇଥିଲା ଯାହାକି ଉଗ୍ର ରୂପ ଧାରଣ କରି ମାଲେସୁ ଓ ଗୋଲାପ ଲାଣ୍ଡୁ କୁ ମାଡ ମାରି ମୁଣ୍ଡ ଫଟେଇ ଦେଇଥିଲେ ପରେ ଲାଣ୍ଡୁ ଙ୍କ ଭାଈ ପ୍ରଫୁଲ୍ଲ ନାୟକ ଓ କିଛି ଲୋକ ବୁଝା ଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା l ପରେ ପ୍ରଫୁଲ୍ଲ ନାୟକ ତାଙ୍କ ଭାଇ ଲାଣ୍ଡୁ କୁ ବ୍ରହ୍ମପୁର ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି l ଏନେଇ ପ୍ରଫୁଲ୍ଲ ନାୟକ ପାଟପୁର ଥାନାରେ ଅଭିଯୋଗ କରିବା ପରେ ଏନେଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ୨୧୭/୨୩ ରେ ଏକ ମାମଲା ରୁଜୁ କରି ମାଲେଶୁ ଓ ଗୋଲାପ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ସ୍ବାମୀ ସ୍ତ୍ରୀଙ୍କୁ ଦିଗପହଣ୍ଡି ସବ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ