ସାନ ଭାଇର କୁରାଢି ଚୋଟରେ ବଡ଼ ଭାଇର ମୃତ୍ୟୁ

ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଚିନ୍ତାପଲ୍ଲୀ ଗ୍ରାମରେ ସାନ ଭାଇର କୁରାଢି ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଛି । ଏଥିନେଇ ଗୁରାଣ୍ଡି ଥାନା ଅଧିକାରୀ ମୁକେଶ୍ୱ ଲାକ୍ରା କହିଛନ୍ତି ଯେ, ପାରିବାରିକ କଳହ ଯୋଗୁଁ ସାନ ଭାଇ ବଡ଼ ଭାଇକୁ ହତ୍ୟା କରିଛି । ପାରିବାରିକ କଳହରେ ସାନ ଭାଇ ତାରକେଶ୍ୱର ବେହେରା ଅତ୍ୟନ୍ତ ଉତ୍ତକ୍ତ ହୋଇ ଏକ କୁରାଢିରେ ବଡ଼ଭାଇ ସୁନ୍ଦର ବେହେରାକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ବଡ଼ ଭାଇର ମୃତ୍ୟୁ ଘଟିଛି । ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢିକୁ ଜବତ କରାଯିବା ସହ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ପଠାଯାଇଛି । ସାନ ଭାଇ ତାରକେଶ୍ୱରକୁ ଗିରଫ କରାଯାଇ ପାରଳାଖେମୁଣ୍ଡି କୋର୍ଟକୁ ଚାଲଣ କରାଯାଇଛି । ଏହି ଘଟଣା ନେଇ ଗୁରାଣ୍ଡି ଥାନାରେ କେସ୍.ନଂ ୫୦ରେ ମକଦମା ରୁଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ