ସାପର ଦାମ ୩ କୋଟି
ସାପର ଦାମ୍ ପୁଣି ୩ କୋଟି ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ତେବେ ଇଣ୍ଡୋନେସିଆର ଘନ ଜଙ୍ଗଲରେ ଦେଖାଯାଉଥିବା ଗ୍ରୀନ୍ ଟ୍ରି ପାଇଥନ୍ ସାପ କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାଏ । ଏହି ବିରଳ ସାପ ସାଧାରଣତଃ ଗଛରେ ବାସ କରେ । ଏହା ୨ରୁ ୩ ମିଟର ଲମ୍ବ ହୋଇଥାଏ । ଗୋଟିଏ ପ୍ରାପ୍ତ ବୟସ୍କ ସାପର ଓଜନ ପ୍ରାୟ ଦେଢ଼ କିଲୋଗ୍ରାମ୍ରୁ ଅଧିକ ରହିଥାଏ । ଏହି ବିରଳ ସାପର ଶରୀରରେ ଥିବା କେତେକ ରାସାୟନିକ ପଦାର୍ଥ ବିଭିନ୍ନ ରୋଗ ଚିକିତ୍ସାରେ ବ୍ୟବହୃତ ହୁଏ । ଫଳରେ ଏହାର ଚୋରା ଚାଲାଣ ହୋଇଥାଏ । ମାଲେସିଆ, ଚାଇନା, ଜାପାନ ଆଦି ଦେଶରେ ଏହି ସାପର ଚାହିଦା ଅଧିକ । ତେଣୁ ଶିକାରୀମାନେ ଏହାକୁ ଧରି ବିକ୍ରି କରିଥାନ୍ତି ।


