ସାପର ମୂଲ୍ୟ ୫୦ ଲକ୍ଷ ଟଙ୍କା
ମହାରାଷ୍ଟ୍ରର ନଭି ମୁମ୍ବାଇ ଟାଉନସିପ୍ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପାଖରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ରେଡ୍ ସ୍ୟାଣ୍ଡ ବୋଆ ସାପ ଜବତ ହୋଇଛି । ଏହି ମୂଲ୍ୟବାନ ସାପଟି ବିରଳ ପ୍ରଜାତି ବୋଲି ଜଣାପଡ଼ିଛି । ଏହି ସାପଟିକୁ ବିକ୍ରି କରୁଥିବା ବ୍ୟକ୍ତିକୁ ପୋଲିସ ଗିରଫ କରିଛି । ପୋଲିସ ଅଧିକାରୀ ନୀଲେଶ ରଣେଙ୍କ କହିବା ଅନୁସାରେ ନଭି ମୁମ୍ବାଇର ପନବେଲ ଅଞ୍ଚଳ ପାଖରେ ଥିବା ଏକ ବଜାରରୁ ଏହି ବିରଳ ପ୍ରଜାତିର ସାପକୁ ଜବତ କରାଯାଇଥିଲା । ଏହି ସାପର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ସାପକୁ ବିକ୍ରି କରିବା ସମୟରେ ୨୦ ବର୍ଷ ବୟସ୍କ ଯାଦବ ନାମକ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଛି । ଭାରତୀୟ ଦଣ୍ଡବିଧାନ ଓ ବନ୍ୟଜୀବ ସଂରକ୍ଷଣ ଅଧିନିୟମ ଅନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି । ଏହି ବିରଳ ପ୍ରଜାତି ସାପକୁ ବ୍ୟବହାର କରି ବହୁ ମାରାତ୍ମକ ରୋଗର ଔଷଧ ତିଆରି ହୋଇଥାଏ । ଏଥିସହ ବିଦେଶରେ ବ୍ୟବହାର ହେଉଥିବା ଦାମୀ କସ୍ମେଟିକ୍ ଜିନିଷ ଏହି ସାପ ଶରୀରରୁ ତିଆରି ହୋଇଥାଏ । ଏହି ସ୍ୟାଣ୍ଡ ବୋଆ ସାପ ଶରୀରକୁ ବିଦେଶୀମାନେ ବ୍ୟବହାର କରିଥାଆନ୍ତି । ଅର୍ନ୍ତଜାତୀୟ ବଜାରରେ ଏହି ସାପର ମୂଲ୍ୟ ବହୁତ ଅଧିକ ରହିଛି । ଏହି ସାପର ବିଷ ନ ଥାଏ । ଅନ୍ୟ ସାପ ତୁଳନାରେ ଏହି ସାପର ଆକାର ସମ୍ପୂର୍ଣ୍ଣ ଭିନ୍ନ । ଏହି ସାପର ସିଟ୍ ଓ ଲାଞ୍ଜ ଗୋଲାକାର ହୋଇଥାଏ । ସ୍ୟାଣ୍ଡ ବୋଆ ସାପର ଦୁଇଟି ସିଟ୍ ଥିବା କଥା କୁହାଯାଏ । ପ୍ରକୃତରେ ଏହା ଭୁଲ । ସ୍ୟାଣ୍ଡ ବୋଆ ସାପର ଗୋଟିଏ ସିଟ୍ ଥାଏ । ଏହି ସାପକୁ ନେଇ ଲୋକଙ୍କ ମନରେ ଭ୍ରମ ଧାରଣ ରହିଛି । ଏହି ସାପ କାହାର କ୍ଷତି କରେ ନାହିଁ । ରାତିରେ ସ୍ୟାଣ୍ଡ ବୋଆ ସାପ ପଦାକୁ ବାହାରିଥାଏ । ଏହି ବିରଳ ପ୍ରଜାତି ସାପର ଶରୀର ମୋଟା ହୋଇଥିବାରୁ ସେ ଧୀରେ ଧୀରେ ଗତି କରିଥାଏ । ଏହି ସାପ ଏକା ସାଙ୍ଗରେ ଛଅଟି ଛୁଆ ଜନ୍ମ ଦିଏ । ରେଡ୍ ସ୍ୟାଣ୍ଡ ବୋଆ ସାପ ଶରୀରରୁ ମୂଲ୍ୟବାନ ଜିନିଷ ତିଆରି ହୋଇଥାଏ ।