ସାପୋରଜି ପାଲୋଞ୍ଜି ପକ୍ଷରୁ ଫନି ପରବର୍ତି ବ୍ୟାପକ ଭାବେ ରିଲିଫ୍ କାର୍ଯ୍ୟ କରାଯାଉଛି
ଭୁବନେଶ୍ୱର: ସାପୋରଜି ପାଲୋଞ୍ଜି ଗ୍ରୁପ୍ ପକ୍ଷରୁ ଫନି ପ୍ରଭାବିତ ଅଂଚଳ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିିଲିଫ୍ ପାଣ୍ଠିକୁ ୫୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଗୋପାଳପୁର ପୋର୍ଟର ନିର୍ଦେଶକ ଓ ସିଇଓ ସନ୍ଦୀପ ଅଗ୍ରୱାଲ ଓ ସାପୋରଜି ପାଲୋଞ୍ଜି ପୋର୍ଟର ଏଭିପି ଶ୍ରୀଯୁକ୍ତ ଜଗଦ୍ଦିଶ ଚନ୍ଦ୍ର ରାଉତ ଇଲେକ୍ଟ୍ରୋନିକ୍ସ ଟ୍ରାନ୍ସଫର କାଗଜପତ୍ରକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଛନ୍ତି ।
ପୂର୍ବରୁ, ସାପୋରଜି ପାଲୋଞ୍ଜି ପୋର୍ଟ ପକ୍ଷରୁ ପୁରୀ ମେଡିକାଲ୍ ହସ୍ପିଟାଲ୍କୁ ଦୈନିକ ୧୦୦୦/ନିୟୁତ ଲିଟର ଦୈନିକ ଆକ୍ୱା ଗାର୍ଡ ଆରଓ ଜଳ ବିଶୋଧକ ବ୍ୟବସ୍ଥା ଦାନ କରାଯାଇଥିଲା । ଫନି ବ୍ୟାତା ପରେ ପୁରୀ ଜିଲ୍ଲାରେ ସମ୍ଭାବ୍ୟ ଝାଡ଼ାବାନ୍ତି ବ୍ୟାପୀବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଓ ହସ୍ପିଟାଲ୍ ବେଶ ଚିନ୍ତିତ ଥିଲେ । ଏହି ଜଳ ବିଶୋଧକ ବ୍ୟବସ୍ଥା ଡାକ୍ତର, ରୋଗୀ, ହସ୍ପିଟାଲ୍ ଷ୍ଟାଫ୍ ଓ ପରିଦର୍ଶକମାନଙ୍କୁ ବିଶୁଦ୍ଧ ଓ ସ୍ୱଚ୍ଛ ପାନୀୟ ଜଳ ପ୍ରଦାନ କରିଛି । ଏହି ଜଳ ବିଶୋଧନ ବ୍ୟବସ୍ଥାକୁ ସାପୋରଜି ପାଲୋଞ୍ଜି ଗ୍ରୁପ ପାଂଚ ବର୍ଷ ପର୍ଯ୍ୟନ୍ତ ପରିଚାଳନା କରିବ ଓ ଏହା ପରେ ତାହାକୁ ହସ୍ପିଟାଲ୍ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ।
ବାତ୍ୟା ଫନି ଯୋଗୁ ବ୍ୟାପକ କ୍ଷୟକ୍ଷତି ହେବା ପରେ ତତକ୍ଷଣାତ ଏସପି ଗ୍ରୁପ ତରଫରୁ ୨୦୧୯ ମେ’ ୨୮ରୁ ମେ’ ୩୦ ପର୍ଯ୍ୟନ୍ତ ତିନି ଦିନ ରିଲିଫ୍ କ୍ୟାମ୍ପ୍ ଆୟୋଜନ କରାଯାଇଥିଲା ଯେଉଁଠାରେ ପୁରୀ ଜିଲ୍ଲାର ପ୍ରଭାବିତ ପରିବାରକୁ ରିଲିଫ୍ ସାମଗ୍ରୀ ବିତରଣ କରାଯାଇଥିଲା ।
ଏହା ବ୍ୟତୀତ, ଏସପି ଗ୍ରୁପ୍ ପ୍ରତିନିଧିମାନେ ପୁରୀ ଜିଲ୍ଲାର ପୁରୀ ସଦର ବ୍ଲକ୍ର ଅନେକ ପ୍ରଭାବିତ ଗ୍ରାମକୁ ପରିଦର୍ଶନ କରିଥିଲେ ଏବଂ ଟାରପଲିନ୍ ଏବଂ ରହଣୀ ପାଇଁ ଦଉଡ଼ି, ପ୍ଲେଟ୍ ଓ ଟମ୍ବଲର୍, ଶୋଇବା ମଶିଣା, ବାଲଟି ଓ ମଗ, ଶୌଚାଳୟରେ ବ୍ୟବହାର କରାଯାଉଥିବା ସାମଗ୍ରୀ ଯଥା ସାବୁନ, ତଉଲିଆ, ଟୁଥବ୍ରସ, ଟୁଥପେଷ୍ଟ ଓ ମଶା କଏଲ ଆଦି ଥିବା ଜୀବନଜୀବିକା କିଟ୍ ବିତରଣ କରାଯାଇଥିଲା । ମହିଳାମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି କିଟ୍ରେ ସାନିଟାରି ନାପ୍କିନ୍ ରଖାଯାଇଥିଲା । ଭୂତଳ ଜଳ ପ୍ରଦୂଷିତ ହୋଇଥିବା ଏବଂ ବ୍ୟବହାର ଅନୁପଯୁକ୍ତ ହୋଇଥିବା ଆଶଙ୍କା କରି ପ୍ରଭାବିତ ପରିବାରଗୁଡ଼ିକୁ କ୍ଲେରିନ୍ ବଟିକା ବଂଟନ କରାଯାଇଥିଲା ।
ପୁରୀ ସଦର ବ୍ଲକ୍ର ପାଖାପାଖି ୨୪୦ ପ୍ରଭାବିତ ପରିବାର ଯଥା ମଙ୍ଗରାଜପୁର ଗ୍ରାମ (୧୨୦ ପରିବାର), ଚକ୍ରବତୀ ପାଟଣା ଗ୍ରାମ (୬୦ ପରିବାର), ଉତର ଭୋଇ ସାହି ଗ୍ରାମ (୬୦ ପରିବାର)କୁ ରିିଲିଫ୍ କିଟ୍ ବଂଟନ କରାଯାଇଥିଲା ।
ବାତ୍ୟା ଯୋଗୁ ପ୍ରଭାବିତ ହୋଇଥିବା ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ୮୨.୫ କେଭିପିଏ କ୍ଷମତାର ଡିଜେଲ ଜେନେରେଟର ଭଳି ପୁନରୁଦ୍ଧାର ରିଲିଫ୍ ସାମଗ୍ରୀ ବଂଟନ କରାଯାଇଥିଲା । ଭୁବନେଶ୍ୱର, ପୁରୀ ଓ ଅନ୍ୟାନ୍ୟ ଅଂଚଳରେ ଆବର୍ଜନା ସଫା କରିବା ଏବଂ ଅନ୍ୟାନ୍ୟ ରିଲିଫ୍ କାମ କରିବା ପାଇଁ ବନ୍ଦର ତରଫରୁ ବଡ଼ ମେସିନ ଓ ଟ୍ରକ ଆଦି ବଂଟନ କରାଯାଇଥିଲା । ଗୋପାଳପୁର ପୋର୍ଟ ତରଫରୁ ମୌଳିକ ଆବଶ୍ୟକ ସାମଗ୍ରୀ ଯଥା ଫ୍ଲାଟେନଡ ଚାଉଳ, ୨୪୪ ବାକ୍ସର ମହମବତୀ ଓ ୧୨୦ ବ୍ୟାଗ ପାଣି ପାଉଚ ଗଂଜାମ ଜିଲ୍ଲା ପ୍ରଶାସନକୁ ବିତରଣ ପାଇଁ ପ୍ରଦାନ କରାଯାଇଥିଲା ।
ବାତ୍ୟା ଫନି ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶାର ଲୋକମାନଙ୍କ ପାଇଁ ସାପୋରଜି ପାଲୋଞ୍ଜି ସବୁବେଳେ ଠିଆ ହୋଇରହିଛି । ଏହି ସହାୟତା ମଧ୍ୟରେ ରହିଛି ଜରୁରୀକାଳୀନ ରିଲିଫ୍ ସାମଗ୍ରୀ, ଆର୍ଥିକ ସହଯୋଗ ଓ ସମାଧାନ ଯଥା ଜଳ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ସୁବିଧାସୁଯୋଗ ପ୍ରଦାନ କରାଯାଇଥିଲା ।
ସାପୋରଜି ପାଲୋଞ୍ଜି ପୋର୍ଟର ପରିଚାଳନା ନିର୍ଦେଶକ କହିଛନ୍ତି ଯେ, “ଓଡ଼ିଶା ସରକାରଙ୍କ ତରଫରୁ କରାଯାଉଥିବା ବ୍ୟାପକ ରିଲିଫ୍ କାର୍ଯ୍ୟକୁ ଆମେ ବଡ଼ ଧରଣର ସହାୟତା ପ୍ରଦାନ କରାଯାଇଛି ଏବଂ ତୃଣମୂଳ ସ୍ତରରେ ଓଡ଼ିଶାର ଲୋକମାନଙ୍କୁ ସହାୟତା ପ୍ରଦାନ କରିବାକୁ ଉଦ୍ୟମ କରୁଛି ।’’