ସାପ୍ତାହିକ ହାଟରେ କରୋନା ପ୍ରଭାବ: ବେପାରୀ ଆସୁନଥିବାରୁ ଲୋକସଂଖ୍ୟା କମ୍

ବନ୍ତ(ଯୁଗାଦ୍ଧ ନ୍ୟୁଜ୍‌):କରୋନା ପାଇଁ ସାରା ଦେଶ ଲକ୍ ଡାଉନ୍ ହୋଇଥିବା ବେଳେ ଘରୁ ବାହାରକୁ ନବାହାରିବା ପାଇଁ ଲୋକ ମାନଙ୍କୁ ସଚେତନ କରାଯାଉଛି । ବନ୍ତ ସଦର ମହକୁମା ସମେତ ବିଭିନ୍ନ ବଜାରରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ଯାଉଥିବାର ଦେଖାଯାଇଛି । ଆଜି ବନ୍ତ ସାପ୍ତାହିକ ହାଟ ଥିବା ବେଳେ ଏହା ଉପରେ କରୋନା ପ୍ରଭାବ ଦେଖିବାକୁ ମିଳିଛି । ସକାଳ ୧୦ଟା ସୁଦ୍ଧା ହାଟରେ କେବଳ ୪ରୁ ୫ଟି ବେପାରୀ ଅଳ୍ପ କିଛି ପରିବା ଧରି ବିକ୍ରି କରୁଥିବାର ଦେଖାଯାଇଥିଲା । ବେପାରୀ କମ୍ ଥିବା କାରଣରୁ ହାଟରେ ହାତ ଗଣତି କେତେ ଜଣ ଲୋକଙ୍କୁ ଦେଖିବାକୁ ମିଳିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ