ସାପ କାମୁଡାରେ ନାବାଳକ ମୃତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ବାଦାମ ପାହାଡ ଥାନା ଅନ୍ତର୍ଗତ କାଠଭାରିଆ ଗ୍ରାମର ଜନୈକ ନାବାଳକ ସାପ କାମୁଡାରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ବୁଧବାର ରାତିରେ ଡମ୍ବରୁଧର ଜେରାଇ ଓ ତା ପରିବାର ଲୋକେ ଖାଇ ପିଇ ଶୋଇଥିଲେ । ଶୋଇଥିବା ଅବସ୍ଥାରେ ଡମ୍ବରୁଧରର ୧୦ ବର୍ଷର ପୁଅ ଆଦ୍ଯଶ୍ରୀ ଗୌତମ ଜେରାଇକୁ ଏକ ବିଷାକ୍ତ ସାପ କାମୁଡି ଖସି ପଳାଇଥିଲା । ପିଲାଟି ଚିତ୍କାର କରିଲା ପରେ ଘର ଲୋକେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଡାକ୍ତର ଖାନାରେ ପହଞ୍ଚିବାର ୧୫ ମିନିଟ ପରେ ପାଖାପାଖି ରାତି ୧୨.୪୫ ବାଳକର ପ୍ରାଣବାୟୁ ଉଡି ଯାଇଥିଲା ଡାକ୍ତର ମୃତ ଘୋଷଣା କରିଥିଲେ । ଆଦ୍ଯାଶ୍ରୀ ମା’ର କ୍ରନ୍ଦନରେ ରାଇରଙ୍ଗପୁର ହସ୍ପିଟାଲରେ ଭାବମୟ ପରିବେଶ ହୋଇ ଉଠିଥିଲା । ବାଦାମ ପାହାଡ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ଦେଇଥିଲେ । ଗୁରୁବାର ଦିନ ୧୦ ଟା ପର୍ଯ୍ୟନ୍ତ ଆଦ୍ଯାଶ୍ରୀର ମା ଛୁଆକୁ ବ୍ୟବଛେଦ କରିବା ପାଇଁ ଦେଉ ନଥିଲା ପରେ ବାଦାମ ପାହାଡ ଥାନାଧିକାରୀ ହସ୍ତକ୍ଷେପ କରି ଶବ ବ୍ୟବଚ୍ଛେଦ କରାଇ ମୃତକ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ ।