ସାପ କାମୁଡାରେ ବ୍ୟକ୍ତିଙ୍କ ମୃତ୍ୟୁ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ୍) ::ନାଉଗାଁ ତହସିଲ ଅଧିନ ଡାବର ପଂଚାୟତସ୍ଥିତ ଡାବର ଗ୍ରାମର ଜୈନିକ ବ୍ୟକ୍ତିଙ୍କର ସାପ କାମୁଡାରେ ମୃତ୍ୟୁବରଣ ହୋଇଛି ।    ସୂଚନା ମୁତାବକ ଡାବର ଗ୍ରାମର ଅବିଶ୍ୱାସୀ ସ୍ୱାଇଁ(୫୭) ଆଜି ସକାଳ ୫ଟା ସମୟରେ ନିଜ ବାଡିରେ ଥିବା ପାଣି ପାଇପିକୁ ମୁଁହ ଧୋଇବା ପାଇଁ ଯାଇଥିଲେ । ସେଠାରେ ଥିବା ଏକ ଘସି ଗଦାରୁ ଏକ ବିଷଧର ସାପ ବାହାରି ତାଙ୍କୁ କାମୁଡି ଦେଇଥିଲା । ପରିବାର ଲୋକ ସଂଗେ ସଂଗେ ତାଙ୍କୁ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କର ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଡାକ୍ତର କଟକ ବଡ ମେଡିକାଲକୁ ପଠାଇ ଦେଇଥିଲେ । ଆଜି ଦିନ ୧.୩୦ରେ ତାଙ୍କର ମୃତ୍ୟୁ ହୋଇଛି । କଟକ ବଡ ମେଡିକାଲରେ ଶବ ବ୍ୟବଛେଦ ପରେ ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ