ସାପ କାମୁଡାରେ ୨ ଗୁରୁତର
ଛତ୍ରପୁର(ଯୁଗାବ୍ଦ ନ୍ୟୁଜ୍) : : ବିଷାକ୍ତ ସାପ କାମୁଡିବା ଦ୍ୱାରା ଗଂଜାମ ବ୍ଲକର ୨ ଜଣ ଗୁରୁତର ଅବସ୍ଥାରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ସେମାନେ ହେଲେ ମଧୁରଚୂଆ ଗ୍ରାମର ସିଦେ୍ଧଶ୍ୱର ନାୟକ(୧୬) ଓ କଣ୍ଠିଆପଲ୍ଲୀ ଗ୍ରାମର ଏ.ଗଣେଶ ରେଡ୍ଡି(୩୭) ବୋଲି ଜଣାପଡିଛି । ଏ.ଗଣେଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାନେଇ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।