ସାପ କାମୁଡ଼ାରେ ବାଳିକା ଗୁରୁତର
ହିଂଜିଳିକାଟୁ ୧୩ା୭ (ଶେଷଦେବ ସାହୁ): ହିଂଜିଳି ଥାନା ସିକିରି ଗ୍ରାମରେ ଶନିବାର ସନ୍ଧ୍ୟାରେ ବିଷଧର ସାପ କାମୁଡ଼ାରେ ଜୈନିକା ବାଳିକା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣକ ସିକିରି ଗ୍ରାମର ଜୋସ୍ନା କରଣ (୨୨) । ବାଳିକା ଜଣକ ଘର ମଧ୍ୟରେ କୌଣସି କାମ କରୁଥିବା ବେଳେ ଘର ମଧ୍ୟରେ ପୂର୍ବରୁ ଛପି ରହିଥିବା ବିଷଧର ସାପଟି ବାଳିକାଙ୍କୁ ଦଂଶନ କରିଥିଲା । ବାଳିକାଙ୍କ ଚିକ୍ରାର ଶୁଣି ପରିବାର ସଦସ୍ୟ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।


