ସାପ କାମୁଡ଼ାରେ ମହିଳା ବ୍ରହ୍ମପୁର ସ୍ଥାନାନ୍ତର; ଘରୁ ନାଗ ସାପ ଉଦ୍ଧାର

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ଚିଲିଖମା ଗ୍ରାମର ଜଣେ ମହିଳାଙ୍କୁ ଅକ୍ଟୋବର ୧୮ ତାରିଖ ବିଳମ୍ବିତ ରାତିରେ ଏକ ନାଗ ସାପ କାମୁଡି ଦେବାରୁ ବୁଗୁଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠା ଯାଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ଚିଲିଖମା ଗ୍ରାମର ସନାତନ ରାଉତଙ୍କ ଧର୍ମପତ୍ନୀ ନମିତା ରାଉତ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତ୍ରରେ ନାଗ ସାପ କାମୁଡି ଦେଇଥଲା। କିଛି ସମୟ ପରେ ନମିତାଙ୍କ ଦେହ ଝିମା ଲାଗିବା ଯୋଗୁଁ ସନ୍ଦେହରେ ଦେଖିଲା ବେଳକୁ ଘରେ ନାଗ ସାପଟିକୁ ଦେଖିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବୁଗୁଡା ମେଡିକାଲକୁ ଆଣିଥିବା ବେଳେ ବୁଗୁଡ଼ାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ। ୧୯ ତାରିଖ ସକାଳେ ବୁଗୁଡା ଥାନା ଅନ୍ତର୍ଗତ ପଙ୍କଳସାହି ଗ୍ରାମର ସାପ ଧରାଳି ଚିଲିଖମା ଗ୍ରାମକୁ ଯାଇ ସନାତନ ରାଉତଙ୍କ ଘରୁ ଏକ କୋଳଥିଆ ନାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ