ସାପ କାମୁଡ଼ାରେ ମୃତ ଚାଷୀଙ୍କ ପରିବାରକୁ ସମାବେଡ଼ବ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବିଲେଇଝୁରୀ ଗ୍ରାମର ଜଣେ ୫୦ ବର୍ଷ ବୟସ୍କ ଚାଷୀ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଜୁଲାଇ ୧୫ ତାରିଖ ଦିନ ନିମିନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଲେଇଝୁରୀ ଗ୍ରାମର ଚାଷୀ ଉଲା ପୋଲେଇ କ୍ଷେତରେ କାମ କରୁଥିବା ବେଳେ ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ଏକ ବିଷାକ୍ତ ସର୍ପ କାମୁଡି ଦେଇଥିଲା । ଗ୍ରାମ ଲୋକମାନେ ଉଲା ପୋଲେଇଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ପୋଲସରା ମେଡ଼ିକାଲ ପକ୍ଷରୁ ସାପ କାମୁଡ଼ାରେ ଆହତ ଉଲାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଆମ୍ବୁଲାନ୍ସ ଦ୍ୱାରା ନେବା ସମୟରେ ପୋଲସରା ଠାରୁ ଅଳ୍ପ ଦୂର ଯିବାପରେ ରୋଗୀ ଚେତାଶୂନ୍ୟ ହୋଇଥିଲେ ଯାହା ଫଳରେ ଉଲା ପୋଲେଇଙ୍କୁ ପୋଲସରା ମେଡ଼ିକାଲକୁ ଫେରାଇ ଅଣାଯାଇଥିଲା । ପୋଲସରା ମେଡ଼ିକାଲ ରେ ଡାକ୍ତର ପରୀକ୍ଷା କରି ମୃତ୍ୟୁ ଘୋଷଣା କରିଥିଲେ । ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡିଛି । ଏହି ଦୁଃଖଦ ଖବର ଶୁଣି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିବା ରାଜ୍ୟ ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପୋଲସରା ମେଡ଼ିକାଲରେ ପହଞ୍ଚି ଥିଲେ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।


