ସାପ କାମୁଡ଼ାରେ ଯୁବକ ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗୁରୁବାର ସନ୍ଧ୍ୟାରେ ସାପ କାମୁଡ଼ାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ଶ୍ରୀକ୍ଷେତ୍ର ମାର୍ଗର ବିଶ୍ୱଜିତ ସାହୁ (୧୯) । ଯୁବକ ଜଣକ ବଇଁଚବଣିଆ ଛକ ଏକ ଗଛ ନିକଟରେ ଠିଆ ହୋଇଥିବା ବେଳେ ଗଛରେ ରହିଥିବା ଏକ ବିଷଧର ସାପଟି ଯୁବକଙ୍କ ହାତକୁ କାମୁଡ଼ି ଦେଇଥିଲା । ଯୁବକଙ୍କ ଚିକ୍ରାର ଶୁଣି ଉପସ୍ଥିତ ଲୋକେ ଆହାତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ