ସାବତ ମା’ର ଜ୍ୱାଳାରେ ଅତିଷ୍ଠ ହୋଇ ଘର ଛାଡିଲା ଝିଅ
ଯାଜପୁର , ( ଯୁଗାବ୍ଦ ନ୍ୟୁଜ) : ମାଆ ମମତା ମୟୀ ,ସ୍ନେହ ମୟୀ , କରୁଣା ମୟୀ , ଦୟା ମୟୀ , କ୍ଷମା ମୟୀ ଏବଂ ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ । ସେଇ ମାଆ ପୁଣି ନିର୍ଦୟୟୀ ହୃଦୟ ହିନା ଚଣ୍ଡୀ ରୂପ ଧରି ଳାରୀର କରିପାରେ ସର୍ବନାଶ । ବଡ଼ଚଣା ନିର୍ବାଚନ ମଣ୍ଡଳୀର ବାଲିଚନ୍ଦ୍ରପୁର ଠାରେ ଏମିତି ଏକ ଲୋମ ହର୍ଷଣ କାରି ଘଟଣା ଘଟିଛି । ସୋମବାର ସକାଳୁ ଚଣ୍ଡିଖୋଲ ନିକଟସ୍ଥ ଖୋସାଲିପୁର ନଳୁଆଶୁଣି ଗ୍ରାମ ଦେବତୀଙ୍କ ନିକଟରେ ଏକ ନିରୀହ କୋମଳମତୀ ଝିଅଟିକୁ ଦେଖିବାକୁ ମିଳିଛି । ଯେଉଁ ବୟସରେ ସେ ସ୍କୁଲରେ ସାଂଗ ମାନଙ୍କ ସହିତ ପାଠ ପଢ଼ିବା କଥା ସେହି ବୟସରେ ସାବତ ମାଆର ମାଡ଼ ଜନ୍ତ୍ରଣା ଓ ନିର୍ଜତନା ସହି ନ ପାରି ଘର ଛାଡି ଏଣେ ତେଣେ ବୁଲିବା ସହ ଗତକାଲି ସଂନ୍ଧ୍ୟାରେ ପ୍ରବଳ ବର୍ଷାରୁ ରକ୍ଷା ପାଇବା ପାଇଁ ମନ୍ଦିରନିକଟସ୍ଥ ଗଛ ମୂଳରେ ବସି ରହିଥିଲା । ଆଜି ସୁଭଦ୍ରା ପୁର ଗାଁର ମାଆ ମାନେ ଠାକୁରାଣୀଙ୍କ ପୂଜା କରିବାକୁ ଯାଇ ଝିଅ ଟିକୁଦେଖି ଉଦୀୟମାନ ସେଛ୍ୱ।ସେବୀ ଅନୁଷ୍ଠାନ କୁ ଜଣାଇ ଥିଲେ । ତତକ୍ଷଣାତ୍ ଉଦୀୟମାନ ଅନୁଷ୍ଠାନ ଝିଅଟିକୁ ଉଦ୍ଧାର କରି ବଡ଼ଚଣା ଥାନାକୁ ହସ୍ତାନ୍ତର କରିଥିଲେ ।