ସାବଧାନ,ବିଷ ବଳୟରେ ସବୁଜ ପନିପରିବା

ହିଂଜିଳିକାଟୁ, (ଶେଷଦେବ ସାହୁ) : ନିରୋଗ ଶରୀର ସକାଶେ ବିଷାକ୍ତ ଓ ପ୍ରଦୁଷଣ ମୁକ୍ତ ଖାଦ୍ୟ ଉପାଦାନର ଆବଶ୍ୟକତା ଥିଲା ବେଳେ ସଂପ୍ରତି ବଜାରରେ ମିଳୁଥିବା ପ୍ରତ୍ୟେକ ଖାଦ୍ୟ ଉପାଦାନ ଅଳ୍ପ ବହୁତ ପ୍ରଦୁଷିତ ହୋଇ ବିପଦଜନକ ସାବ୍ୟସ୍ତ ହୋଇଛି । ଚାଉଳ, ଗହମ, ଡ଼ାଲି ଭଳି ଖାଦ୍ୟଶସ୍ୟ, ସବୁଜ ପନିପରିବା, ଦୁଗ୍ଧ, ଫଳମୂଳ ବିନା ଜୀବନ ଧାରଣ ସମ୍ଭବପର ନୁହେଁ । ଶରୀର ତତ୍ୱର ସମସ୍ତ ଉପାଦାନ ଏହି ସବୁ ଖାଦ୍ୟରୁ ପ୍ରାୟ ଉପଲବ୍ଧ ହୋଇଥାଏ । ଏପରିକି ଶରୀର ନିମନ୍ତେ ଏହି କାଦ୍ୟ ଉପାଦାନ ଗୁଡ଼ିକର ବିକଳ୍ପ ମଧ୍ୟ ନାହିଁ । ମାତ୍ର ଜନସଂଖ୍ୟା ବୃଦ୍ଧି, ବ୍ୟବସାୟିକ ଓ ପେଷାଗତ ଚାଷ, ଆଧୁନିକ ଚାଷ ପ୍ରଣାଳୀ, ରାସାୟନିକ ସାର ଓ କୀଟନାଶକ ବିଷର ବ୍ୟାପକ ପ୍ରୟୋଗ, ଉତ୍ପାଦିତ ଶସ୍ୟର ଦୀର୍ଘ ସତେଜତା ଓ ସଂରକ୍ଷଣ ପାଇଁ ରାସାୟନିକ ଦ୍ରବ୍ୟର ବ୍ୟବହାର ଦ୍ୱାରା ଖାଦ୍ୟ ଦ୍ରବ୍ୟ ଗୁଡ଼ିକର ଶରୀର ଉପଯୋଗିତା ଦିନକୁ ଦିନ ହ୍ରାସ ପାଉଛି । ବଜାରରେ ମିଳୁଥିବା ସତେଜ ଖାଦ୍ୟଦ୍ରବ୍ୟ ଯେ, ବିଷ ଜହରରେ ପରିପୂର୍ଣ୍ଣ ଏକଥା ସାଧାରଣ ମନୂଷ୍ୟ ପକ୍ଷେ ବୁଝିବା ସମ୍ଭବପର ନୁହେଁ । ଦୈନନ୍ଦିନ ଖାଦ୍ୟରେ ମନୂଷ୍ୟ ଶରୀରକୁ ଲୁକ୍କାୟିତ ଭାବେ ପ୍ରବେଶ କରୁଛି । ସାଇପର ମେଥ୍ରୀନ, ପୋକ୍ଟର, କ୍ୱୁଇନାଇଫୋସ, ଆଲଡ଼୍ରିନ, କ୍ଳୋରୋଡ଼େନ, ଡ଼ିକ୍ଟୋଭାସ ଭଳିନିଷିଦ୍ଧ ବିଷର ମାତ୍ରା । ଏହି ସବୁ ବିଷାକ୍ତ ଖାଦ୍ୟ ପଦାର୍ଥ ମଧ୍ୟରେ ରହିଛି ବିଭିନ୍ନ ପ୍ରଜାତିର ସବୁଜ ପନିପରିବା ଯଥା ଭେଣ୍ଡି, ବାଇଗଣ, ବନ୍ଧାକୋବି, ଫୁଲକୋବି ସମେତ ପାଚିଲା ଫଳ ଯଥା ସେଓ, ପାଚିଲା କଦଳୀ ଭଳି ଅନେକ । ଏପରି ସବୁଜ ପନିପରିବା ଓ ଫଳ ଏବେ ସହର ଠାରୁ ଗ୍ରାମାଂଚଳ ସବୁଆଡ଼େ ବିକ୍ରି ହେଉଥିବାରୁ ସାଧାରଣ ଲୋକେ ସେଥିପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି । ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଚିତ ହିଂଜିଳିକାଟୁ ପୌରାଂଚଳର ବଜାରରେ ମଧ୍ୟ ଏପରି ବିଷଯୁକ୍ତ ଖାଦ୍ୟ ପଦାର୍ଥ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ବାହାର ରାଜ୍ୟରୁ ଏପରି ଅଧିକାଂଶ ସାମଗ୍ରୀ ଆସୁଥିବାରୁ ବିଭାଗୀୟ କର୍ତୁପକ୍ଷ ଏହାର ଯାଂଚ କରିବାର ଆବଶ୍ୟକତା ରହିଛି । କେନ୍ଦ୍ର କୃଷି ମନ୍ତ୍ରାଳୟ ଅଧିନସ୍ଥ ଖାଦ୍ୟ ନତିରାପତା ଓ ମାନବ ସମ୍ବଳ କର୍ତୁପକ୍ଷ ଦ୍ୱାରା ହୋଇଥିବା ଏକ ଅଧ୍ୟଞନରୁ ଜଣାପଡ଼ିଛି ଯେ, ସାଧାରଣ ଭାବେ ବ୍ୟବହୃତ ଫଳ ଓ ସବୁଜ ପନିପରିବାରେ ଅନୁମୋଦିତ ପରିମାଣ ଠାରୁ ହଜାରେ ଗୁଣ ଅଧିକ କିଟନାଶକ ଔଷଧ ରହୁଛି । ଦେଶବ୍ୟାପି ବିକ୍ଷିପ୍ତ ଭାବେ ସଂଗୃହୀତ ନମୁନାରୁ ଏହାର ପ୍ରତ୍ୟେକ୍ଷ ପ୍ରମାଣ ମିଳିଛି । ବିଷାକ୍ତ ପନିପରିବା ମଧ୍ୟରେ ସର୍ବାଗେ ରହିଛି ରୋଗୀର ପଥ୍ୟ କୁହାଯାଉଥିବା ବାଇଗଣ । ଏଥିରେ ଅନୁମୋଦିତ ପରିମାଣ ଠାରୁ ୮୬୦ ଶତାଂଶ ଅଧିକ ବିଷ ରହିଛି ।ତାହା ପଛକୁ ରହିଛି ଫୁଲକୋବ ଓ ବନ୍ଧାକୋବି । ଏପରିକି ଶରୀରର ଜୀବନ ନାଟିକା ବୋଲି କୁହାଯାୁଥିବା ଗହମ ଓ ଚାଉଳରେ ମଧ୍ୟ ବିପଦଜନକ ଭାବେ ଏହି ରାସାୟନିକ କିଟନାଶକର ଉପସ୍ଥିତିର ପ୍ରମାଣ ମିଳିଛି । ଗହମରେ କ୍ଷତିକାରକ ଆଲଡ଼୍ରିନର ମାତ୍ରା ଅନୁମୋଦିତ ପରିମାଣ ଠାରୁ ୨୧୮୯୦ ଗୁଣ , ଚାଉଳରେ ୧୩୨୪ ପ୍ରତିଶତ କ୍ଳୋରୋଫେରିନଫସ ରହ÷ିଛି । ସେଓ ଓ କମଳା ଭଳି ପାଚିଲା ଫଳରେ ୧୪୦ ପ୍ରତିଶତ ଅଧିକ ପରିମାଣରେ ନିଷିଦ୍ଧ କୀଟନାଶକ ଓ ରାସାୟନିକ ମାତ୍ରା ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇଛି । ଚାଷରେ ପ୍ରୟୋଗ ସହ ଅମଳ ପରେ ସତେଜ ରଖିବା ପାଇଁ ରାସାୟନିକ ଦ୍ରବ୍ୟର ପ୍ରଲେପମଧ୍ୟ କୀଟନାଶକ ଭଳି ଶରୀର ପାଇଁ ଅନୁରୂପ ଘାତକ ସାବ୍ୟସ୍ତ ହୋଇଛି । ସ୍ୱାସ୍ଥ୍ୟ ବିଶେଷଞଙ୍କ ସତର୍କ ବାଣୀ ଅନୁଯାୟୀ ଏହାର ନିୟମିତ ସେବନ ଶରୀର ପ୍ରତି ମାରାତ୍ମକ ନିଶ୍ଚୟ । କୀଟନାଶକ ଭଗୁଡ଼ିକ ଏକ ପ୍ରକାର ରାସାୟନିକ ବିଷ ଯାହାକି କିଡ଼ନୀ, ଲିଭର ଭଳି ଶରୀରର ଗୁରୁତ୍ୱପୁର୍ଣ୍ଣ ଅଙ୍ଗ ଓ ଅନ୍ତଃସ୍ରାବୀ ଗନ୍ଥି ଗୁଡ଼ିକୁ ସିଧାସଳଖ କ୍ଷତି ପଂହଚାଇଥାଏ । କେତେକ ସ୍ଥଳରେ ଏହା ଖାଦ୍ୟ ବିଷାକ୍ତ ହେବା, ଆଲର୍ଜି ଭଳି ରୋଗ ସୃଷ୍ଟିର କାରଣ ହୋଇଥାଏ । ବିଶେଷତଃ ଏହା ଗର୍ଭବିୀ ମହିଳା ଓ ଭୃଣ ପାଇଁ ଘାତକ ହୋଇ ଜିନୀୟ ପରିବର୍ତନ ଘଟାଇଥାଏ । ଏହି ସମସ୍ୟା ମଧ୍ୟ ଦୁଗ୍ଧ ଓ ମୃଦୁ ପାନୀୟକୁ ବ୍ୟାପିଛି । ଗତ ୨୦୧୩ ଅକ୍ଟୋବର ୨୨ ରେ ମାନ୍ୟବର ଉଚ୍ଚତମ ନ୍ୟାୟଳୟ ଏକ ରାୟରେ ପ୍ରକାଶ କରିଥିଲେ ଯେ, ଦେଶର ଖାଦ୍ୟ ସୁରକ୍ଷା ତଥା ମାନବ କର୍ତୁପକ୍ଷ ପାନୀୟ ଗୁଡ଼ିକରେ ସ୍ୱାସ୍ଥ୍ୟ ବିପରୀତ କାଗଜ ଗୁଡ଼ିକର ମାତ୍ରା ବୃଦ୍ଧି ପାଇଁ ଦାୟୀ ରହିବେ । ଯଦିଓ ସର୍ଭେରୁ ଏହାର ଭୟାବହତା ସ୍ୱଷ୍ଟ ତଥାପି ଏହାର ପଂଝାରୁ ମୁକୁଳିବା ସହଜ ନୁହେଁ । ଏହାର ସରଳ ସମାଧାନ ପନ୍ଥା ଭାବେ ସବୁଜ ପନିପରିବା, ଫଳ ଓ ସଶ୍ୟକୁ ଖାଇବା ପୂର୍ବରୁ ଭଲଭାବରେ ଧୋଇବା, ସୁପର ମାର୍କେଟ ବଦଳରେ କ୍ଷୁଦ୍ର ଚାଷଈଙ୍କ ଠାରୁ କିଣିବା, ଆଧୁନିକ ପ୍ରଣାଳୀରେ କିଚେନ ଗାର୍ଡ଼େନ ପ୍ରସ୍ତୁତ କରି ଜୈବିକ ଖତ ବ୍ୟବହାର ଦ୍ୱାରା ଆବଶ୍ୟକତା ପୂରଣ କରିବା ଇତ୍ୟାଦି ଅନ୍ୟତମ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ