ସାବଧାନ ପାରଳାରେ ମାତିଛନ୍ତି ଲୁଟେରା ;ସ୍ୱଷ୍ଟ ଦିବାଲୋକରେ ଲୁଟିନେଲେ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣଣ୍ଡି ସହରରେ ବର୍ତ୍ତମାନ କେତେକ ଲୁଟେରା ମାତିଛନ୍ତି । ଏମାନେ ବିଭିନ୍ନ ବ୍ୟାଙ୍କ ସହ ଟଙ୍କା ଧରି ଯାଉଥିବା ଲୋକଙ୍କ ଉପରେ ନଜର ରଖି ହଠାତ୍ ଏକ ମମୋଟର ସାଇକେଲରେ ଲୁଟି ନେଉଛନ୍ତି । ଏମାନଙ୍କ ପ୍ରତି ପ୍ରତ୍ୟେକେ ସାବଧାନ ରହିବା ଆବଶ୍ୟକ । ଘଟଣାରୁ ପ୍ରକାଶ ଗତ ୧୫ ତାରିଖ ଦିନ ପାରଳାଖେମୁଣ୍ଡି ସହରର ୬୫ବର୍ଷର ବୃଦ୍ଧ ଦେବେନ୍ଦ୍ର ନାଥ ପାତ୍ର ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାରୁ ମଧ୍ୟାହ୍ନରେ ୪୫ ହଜାର ଟଙ୍କା ଉଠାଇ ହାତ ବ୍ୟାଗରେ ପୁର୍ବରୁ ରହିଥିବା ୧୫ ହଜାର ଟଙ୍କା ମୋଟ ୬୦ ହଜାର ଟଙ୍କା ଧରି ଫେରିଲେ । ସେ ପାରଳାଖେମୁଣ୍ଡି ସହରର ମୁଖ୍ୟସ୍ଥଳୀ ତଥା ସଦା ସର୍ବଦା ଜନ ଗହଳି ରହୁଥିବା ରାଜଦାଣ୍ଡର ବିସିସି ବ୍ୟାଙ୍କ ନିକଟରେ ତାଙ୍କ ପୁଅଙ୍କ ପାଇଁ ରାସ୍ତା କଡରେ ଅପେକ୍ଷା କରିଥିଲେ । ଠିକ୍ ଏତିକି ବେଳେ ହଠାତ୍ ୨ ଜଣ ଦୁବୃତ୍ତ ଏକ ଆପାଚି ଗାଡିରେ ଆସି ବ୍ୟାଗ୍‌ଟିକୁୁ ଟାଣି ଦୃତ ବେଗରେ ଉଭାନ ହୋଇଯାଇଥିଲେ । ଏହି ୨ଜଣଙ୍କ ମଧ୍ୟରୁ ଜଣେ ହେଲମେଟ୍ ପିନ୍ଧିଥିବା ବେଳେ ଅନ୍ୟ ଜଣେ ମୁହଁରେ ମାସ୍କ ବାନ୍ଧିଥିଲେ । ବୃଦ୍ଧ ଜଣକ ଏଥି ନେଇ ଅତି ଜୋରରେ ପାଟି କରିଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା । ବ୍ୟାଗଟିରେ ୬୦ ହଜାର ଟଙ୍କା ସହ ମୋବାଇଲ୍ ଏବଂ କେତଚେକ ଦରକାରୀ କାଗଜପତ୍ର ରହିଥିଲା । ତାଙ୍କ ପୁଅ ଓ ଅନ୍ୟାନ୍ୟମାନେ ବାରମ୍ବାର ମୋବାଇଲକୁ କଲ କରିବାରେ କିଛି ଘଣ୍ଟା ପରେ ମୋବାଇଲଟି ଅନ୍ୟ ଜଣେ ବ୍ୟକ୍ତି ଉଠାଇ କହିଥିଲେ ବ୍ୟାଗଟି ପାରଳାଖେମୁଣ୍ଡି ଠାରୁ ୨୫କିମି ଦୁରରେ ଥିବା ଆନ୍ଧ୍ରର ଜୋଡୁରୁ ଗ୍ରାମର ରାସ୍ତା କଡରେ ପଡିଛି । ମୋବାଇଲ ରିଙ୍ଗ ଶୁଣି ଉଠାଇଲି ,ଏଥିରେ ପାରଳା ପୋଲିସର ସହାୟତାରେ ଘଟଣା ସ୍ଥଳକୁ ଯାଇ ବ୍ୟାଗ ଉଦ୍ଧାର କରାଗଲା । ହେଲେ ସେଥିରେ ୬୦ ହଜାର ଟଙ୍କା ବ୍ୟତୀତ ସବୁକିଛି ରହିଥିଲା । ଘଟଣା ନେଇ ପାରଳାଖେମୁଣ୍ଡି ଥାନାରେ ମକଦ୍ଦମା ରୁଜୁ ହୋଇଛି । ପାରଳା ଥାନା ଆଇଆଇସି ବିବେକା ନନ୍ଦ ସ୍ୱାଇଁ କହିଛନ୍ତି,ପୋଲିସର ତଦନ୍ତ ଜାରି ରହିଛି । ଲୁଟିଥିବା ଅଞ୍ଚଳର ସିସି ଟିଭି ଫୁଟେଜକୁ ନେଇ ସମସ୍ତ ଅନୁଧ୍ୟାନ ଚାଲୁ ରହିଛି ଅତି ଶିଘ୍ର ଏହି ଲୁଟେରାଙ୍କୁ ପୋଲିସ ଧରିବା ନିଶ୍ଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ