ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ) : ଗଞ୍ଜମ ଜିଲ୍ଲାର ଭଞ୍ଜନଗରସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ୨୭ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ. ସୁଶାନ୍ତ କୁମାର ମଲ୍ଲିକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗ ଦେଇଥିଲେ। ସେ ପ୍ରଥମେ ଦେଢ଼ କୋଟି ବ୍ୟୟ ର ନୂତନ କୋଠରୀ ପାଇଁ ଶିଳାନ୍ୟାସ କରିଥିଲେ ଏବଂ ନାରୀ ଶିକ୍ଷା ର ଗୁରୁତ୍ୱ ଉପରେ ଅଭିଭାଷଣ ରଖିଥିଲେ। ଛାତ୍ରୀ ସ୍ୱୟଂସୁଦ୍ଧା ସଂଗ୍ରାମ ସିଂ ମଞ୍ଚ ପରିଚାଳନା କରିଥିଲେ। ମଂଚାସୀନ ଅତିଥି ମାନଙ୍କ ମଧ୍ୟରେ NAC ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ମହାବିଦ୍ୟାଳୟ ପରିଚାଳନା ସଭାପତି ତଥା ଉପ ଜିଲ୍ଲାପାଳ ଅନିଲ କୁମାର ସେଠି, କନ୍ଧମାଳ ସାଂସଦ ପ୍ରତିନିଧି ସନ୍ତୋଷ ତିଆଡ଼ି, ପୂର୍ବତନ ପରିଚାଳନା ସଭାପତି ପୂର୍ଣଚନ୍ଦ୍ର ତ୍ରିପାଠୀ, ପୂର୍ବତନ ଅଧ୍ୟକ୍ଷ ଶିବରାମ ପଣ୍ଡା ଏବଂ ନାଟ୍ୟ ସମ୍ପାଦକ ସୁଶ୍ରୀ ସୁପ୍ରଭା ବେହେରା ଆଦି ଉପସ୍ଥିତ ଥିଲେ। ବିଧାୟକ ଙ୍କୁ ସରକାରୀ କଲେଜ ର ମାନ୍ୟତା ପାଇଁ ଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଅଧ୍ୟକ୍ଷ ୧୫୦୦ ଦସ୍ତକତ ଦାବିପତ୍ର ପ୍ରଦାନ କରିଥିଲେ। ଏହି କଲେଜ ରେ ପ୍ରାୟ 3000 ଛାତ୍ରୀ ଅଧ୍ୟୟନ କରନ୍ତି। ଏହି ଅଞ୍ଚଳରେ ଆଖପାଖରେ ଗୋଟେ ଭି ସରକାରୀ ବିଦ୍ୟାଳୟ ନାହିଁ ଓ ଏହି ମହାବିଦ୍ୟାଳୟରେ କଳାହାଣ୍ଡି, ଫୁଲବାଣୀ, ସୋରଡ଼ା, ଜଗନ୍ନାଥ ପ୍ରସାଦ ,ନୟାଗଡ଼ ଦୂରଦୂରାନ୍ତରୁ ପିଲାମାନେ ପାଠ ପଢିବାକୁ ଆସୁଛନ୍ତି।ତେଣୁ ସେମାନଙ୍କ ବିକାଶ କ୍ଷେତ୍ର ରେ ସରକାରୀ ମାନ୍ୟତା ର ଆବଶ୍ୟକ ରହିଛି ବୋଲି ଅଧ୍ୟକ୍ଷ ଡ ମଲ୍ଲିକ ବିଧାୟକଙ୍କ ଦୃଷ୍ଟିଗୋଚର କରାଇଥିଲେ। ଅଧ୍ୟକ୍ଷକଙ୍କ ସଙ୍ଗେ ବୁଦ୍ଧିଜୀବୀ ମାନେ ମଧ୍ୟ ସରକାରୀ ମାନ୍ୟତା ପକ୍ଷରେ ମତ ରଖିଥିଲେ। ନାଟ୍ୟ ସମ୍ପାଦିକା ସୁପ୍ରଭା ବେହରା ବାର୍ଷିକ ବିବରଣୀ ପାଠ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡ଼ଃ ମଲ୍ଲିକ ପୂର୍ବତନ କର୍ମଚାରୀ ଏବଂ ଅଣ କର୍ମଚାରୀ ମାନଙ୍କ ନିଷ୍ଠା ପର କାର୍ଯ୍ୟ କୁ ସଂମ୍ମାନ ଜଣାଇ ମଞ୍ଚରେ ସେମାନଙ୍କୁ ସମ୍ମାନିତ କରିଥିଲେ।ପରିଶେଷରେ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିଲା ଏଥିରେ ନାରୀ କୈନ୍ଦ୍ରିକ ଏକ ସାମାଜିକ ବାର୍ତ୍ତା ସମ୍ବଳିତ ନାଟକ ପରିବେଷଣ କରାଯାଇଥିଲା। ଏହାର ନିର୍ଦେଶନା ଦେଇଥିଲେ ଇତିହାସ ଅଧ୍ୟାପକ ସନ୍ତୋଷ କୁମାର ମହାନ୍ତି। ଏହି ଉତ୍ସବ ରେ ବହୁ ମାନ୍ୟ ଗଣ ବ୍ୟକ୍ତିଙ୍କ ସମେତ ଉର୍ମିଳା ପାଟଯୋଶୀ, ସଂଯୁକ୍ତା ପଟନାୟକ, ଅମୁଲ୍ୟ ଶତପଥୀ, ସନ୍ଧ୍ୟାରାଣୀ ପ୍ରଧାନ, ପୁଷ୍ପାଞ୍ଜଳି ପଟନାୟକ, ପ୍ରେମଚାନ୍ଦ ମଲ୍ଲିକ, ରଶ୍ମିତା ବେହେରା, ଶ୍ରୀୟା ପ୍ରଧାନ, ହେମଲତା ଭୋଇ, ସ୍ବର୍ଣ୍ଣ ମହାରଣା, ଶୁଭଶ୍ରୀ ସାହୁ, ସୁରଜ ସାସମଲ, ପଙ୍କଜ ଦାସ, ପିୟୁଷ ସ୍ୱାଇଁ, ମୋନାଲିଶା ସାହୁ, ପ୍ରଭାତୀ ମିଶ୍ର, ଜୟଲକ୍ଷ୍ମୀ ରଥ, ସସ୍ମିତା ମିଶ୍ର, ସନ୍ତୋଷ ଆଚାରି ଆଦି ଅଧ୍ୟାପକ ଏବଂ ଅଧ୍ୟାପିକା ଓ ୭୦୦ ରୁ ଉର୍ଦ୍ଧ ଛାତ୍ରୀ ଉପସ୍ଥିତ ଥିଲେ।