ସାବୁଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ ଓ ପୁରାତନ ବିଦ୍ୟାର୍ଥିମାନଙ୍କ ବନ୍ଧୁମିଳନ

ଗଂଜାମ, (ବିନୋଦ ପଲେଇ):ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ସ୍ଥିତ ଉତକଳମଣି ପ୍ରାଥମିକ ବିଦ୍ୟାଳୟ ପରିସରରେ ୧୯୮୦-୮୩ ବର୍ଷର ପୁରାତନ ବିଦ୍ୟାର୍ଥିମାନଙ୍କ ଏକ ବନ୍ଧୁମିଳନ ଅବସରରେ ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଫୁଲ୍ଲ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଶିକ୍ଷକ ବିଜୟ କୁମାର ଦାଶ, ଲକ୍ଷ୍ମୀକାନ୍ତ ସାହୁ, ପୀତବାସ ସାହୁ, ଲକ୍ଷ୍ମୀଧର ପ୍ରହରାଜ, କେ.ରାଜ ଗୋପାଳ ଆଚାରି, ବିପିନ ବିହାରୀ ମାଝୀ, ମଙ୍ଗୁକୁ ଜେନା, ସନ୍ୟାସୀ ଲେଙ୍କା , ବିଶ୍ୱନାଥ ଦାସ ପ୍ରମୁଖ ଶିକ୍ଷକ ଯୋଗଦେଇ ଅତୀତ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସେମାନଙ୍କୁ ମାନପତ୍ର ଓ ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂରାତନ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରୁ ଆଲୁମିନିୟମ ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ବିଜୟ କୁମାର ବାରିକ, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସେନାପତି କ୍ଷୀରୋଦ ଚନ୍ଦ୍ର ବିଶୋଇ ନିଜର ବକ୍ତବ୍ୟ ରଖିଥିଲେ। ସ୍ୱାଗତ ଭାଷଣ ଗୀତାଞ୍ଜଳି ସେନାପତି , ବିବାରଣୀ ପାଠ କୃଷ୍ଣ ଚନ୍ଦ୍ର ମହାରଣା, ଓ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀନିବାସ ରାଓ । ଏହି କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ର ଓ ଛାତ୍ରୀ ଯୋଗଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ