ସାବେରୀ ନଦୀର ଭେଜିନିଗୁଡ଼ା ବ୍ରିଜ୍ ନିର୍ମାଣ ରେ ବାଧକ ସାଜିଛି କିଏ

କୋରାପୁଟ,(ହେମନ୍ତ ପାଣିଗ୍ରାହୀ) : ଓଡ଼ିଶାର ଉପାନ୍ତ ଅଞ୍ଚଳରେ ତଥା କୋରାପୁଟ ଜିଲ୍ଲାର ବିକାଶ ପଛଘୁଂଚା ମାରୁଛି। ଯାତାୟାତ କ୍ଷେତ୍ରରେ ବ୍ରିଜ୍ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଛି ।ଏପରି ଚିତ୍ର ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଳକ୍ ଅନ୍ତର୍ଗତ ଦଣ୍ଡାବାଡି ଗ୍ରାମ ପଞ୍ଚାୟତ ଏବଂ ତେନ୍ତୁଳି ଗୁମ୍ମା ଗ୍ରାମ ପଞ୍ଚାୟତ କୁ ସଂଯୋଗ ହେଉଥିବା ନିର୍ମାଣଧୀନ ବ୍ରିଜ୍। ଏହି ବ୍ରିଜ ଟି ନିର୍ମାଣ ହେବାଦ୍ବାରା କୋରାପୁଟ ଜିଲ୍ଲା ଏବଂ ମାଲକାନଗିରି ଜିଲ୍ଲାକୁ ଯାତାୟାତ କରିବାରେ ଅତି ସହଜ ହୋଇପାରିବ। ଓଡ଼ିଶା ଜାତିର ଗର୍ବ ଓ ଗୋୖରବ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଜନ୍ମ ସ୍ଥାନ ହେଉଛି କୋରାପୁଟ ଜିଲ୍ଲାର ତେନ୍ତୁଳି ଗୁମ୍ମା ଗ୍ରାମ। ଏହି ଗ୍ରାମକୁ ଯିବାକୁ ହେଲେ ଜୟପୂର ଠାରୁ ୩୨୬ ନଂ ଜାତୀୟ ରାଜପଥର ବୈପାରିଗୁଡା ଭାୟା ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ହୋଇ ପ୍ରାୟ ୧୦୫ କିମି ଯିବାକୁ ପଡ଼େ। କିନ୍ତୁ ବର୍ତ୍ତମାନ ଚାଲୁ ରହିଥିବା ବ୍ରିଜ୍ ଟି ନିର୍ମାଣ ହେଲେ ଏହାର ଦୁରତା ମାତ୍ର ଜୟପୂର ଠାରୁ ତେନ୍ତୁଳିଗୁମୂ ୭୦ କିମି ହେବ। ଏଥି ସହିତ ଉପାନ୍ତ ଅଞ୍ଚଳରେ ବିକାଶର ବାଟ ଫିଟିବ। ତେବେ କେଉଁ କାରଣରୁ ଏହି ବ୍ରିଜ୍ ର ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି। ଏହାକୁ ନେଇ ଉଠିଛି ଅନେକ ପ୍ରଶ୍ନ ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଉଙ୍କି ମାରୁଛି। ଯାହା ଶୁଣିବାକୁ ମିଳୁଛି ଏହି ବ୍ରିଜ କୁ ନିର୍ମାଣ କରୁଥିବା ଠିକା ସଂସ୍ଥା ଜାଣିଶୁଣି କାର୍ଯ୍ୟ କୁ ବିଳମ୍ବ କରୁଛନ୍ତି। ବ୍ରିଜ୍ ନିର୍ମାଣ ହେବା ଦ୍ଵାରା ବାଲି ଚୋରାଚାଲାଣ ରେ ବାଧକ ସାଜିବ ବ୍ରିଜ୍, ଯଦ୍ୱାରା ଅନେକ ବାଲି ମାଫିଆଙ୍କ ରୋଜଗାର ବନ୍ଦ ହୋଇଯିବ। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁସାରେ ବ୍ରିଜ୍ ନିର୍ମାଣ କରୁଥିବା ଠିକା ସଂସ୍ଥା ନିଜେ କାମ ନକରି ସ୍ଥାନୀୟ ଏକ ଠିକା ସଂସ୍ଥା ଦ୍ଵାରା କାର୍ଯ୍ୟ କରାଉଛି। ତତ୍ ସହିତ ଉକ୍ତ ଠିକା ସଂସ୍ଥା ମଧ୍ୟ ବାଲି ଚୋରାଚାଲାଣ ରେ ଲିପ୍ତ ରହିଛନ୍ତି ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ଫଳରେ ଜାଣିଶୁଣି ବ୍ରିଜ୍ ନିର୍ମାଣ କାର୍ଯ୍ୟକୁ ବିଳମ୍ବ କରାଯାଉଛି। ବ୍ରିଜ ନିର୍ମାଣ ନିମନ୍ତେ ସରକାରଙ୍କ ପକ୍ଷରୁ ୧୪ କୋଟି ୪୩ ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ଧାର୍ଯ୍ୟ ରହିଥିଲା । ଏହାର ନିର୍ମାଣ କାର୍ଯ୍ୟ ଏମ୍ ଏସ୍ ୟୁନିକୋର୍ଣ୍ଣ କଂଷ୍ଟ୍ରାକ୍ସନ୍ ଟେଣ୍ଡର ପାଇଥିଲା । ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ତା- ୧୦-୧୧-୨୦୨୦ ରିଖ ରହିଥିବା ବେଳେ ସମ୍ପୁର୍ଣ୍ଣ କାର୍ଯ୍ୟ ତା-୦୯-୧୧-୨୦୨୨ ରିଖ ରହିଥିଲା। ହେଲେ ଅବଧି ସରିବାପରେ ମଧ୍ୟ ଠିକା ସଂସ୍ଥା କୁ ପୁନର୍ବାର ଦୁଇ ଥର ଗ୍ରାମ୍ୟ ନିର୍ମାଣ ବିଭାଜନ କୋରାପୁଟ ଦ୍ଵାରା ସମୟ ଅବଧି ର ସୂଯୋଗ ଦିଆଯାଇଛି ଏହା ପରେ ମଧ୍ୟ ବ୍ରିଜ୍ କାର୍ଯ୍ୟ ସମ୍ପୁର୍ଣ ହୋଇପାରୁନାହିଁ। ତେଣୁ ଉକ୍ତ ଠିକା ସଂସ୍ଥା ପ୍ରତି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଠିକା ସଂସ୍ଥା କୁ କଳା ତାଲିକାଭୁକ୍ତ କରିବା ପାଇଁ ସର୍ଵ ସାଧାରଣରେ ଦାବି ହେଉଛି। ତତ୍ ସହିତ ଏହି କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଅତି ଶିଘ୍ର ସମ୍ପୁର୍ଣ୍ଣ କରିବାକୁ ସାଧାରଣରେ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟ ସମ୍ବନ୍ଧରେ ଗ୍ରାମ୍ୟ ନିର୍ମାଣ ବିଭାଜନ କୋରାପୁଟ, ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଯୋଗା ଯୋଗ କରିବାରୁ ସେ କହିଲେ ଏହି ବ୍ରିଜ କାମ ସହିତ ପୁଣି ୬ କୋଟି ଟଙ୍କାର ରାସ୍ତା କାମ ଉକ୍ତ କାର୍ଯ୍ୟରେ ଯୋଡ଼ା ଯାଇଛି। ଯାହା ଦ୍ୱାରା ଯାତାୟାତ କ୍ଷେତ୍ରରେ ଲୋକଙ୍କ ହିତ ପାଇଁ ବ୍ରିଜ୍ ନିର୍ମାଣ ସହ ରାସ୍ତା ନିର୍ମାଣ ହେଲେ ତେନ୍ତୁଳିଗୁମ୍ମାକୁ ଗମନାଗମନ କରିବା ପାଇଁ ଅତି ସୁବିଧା ହୋଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ