ଆସାମର ଡ଼ିଟେନ୍‌ସନ କ୍ୟାମ୍ପରେ ୨୭ ମୃତ୍ୟୁକୁ ନେଇ ଆନ୍ଦୋଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ଆସାମର ଡ଼ିଟେନସନ କ୍ୟାମ୍ପରେ ୨୭ ଜଣଙ୍କର ମୃତ୍ୟୁ, ଏନ୍‌ଆର୍‌ସିକୁ ସାରା ଦେଶରେ ଲାଗୁ କରିବାର ମସୁଧା, ନାଗରିକ ସଂଶୋଧନ ବିଲ୍‌କୁ ପ୍ରତ୍ୟାହାର କରିବା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ କରାଯାଉଥିବା ବେଳେ ଆଜି ଅଖିଳ ଭାରତ ଜନମଞ୍ଚ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ମୋଦି ଓ ଶାହାଙ୍କୁ ଦାୟୀ କରାଯାଇ ଏକ ପ୍ରତିବାଦ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସାମର ଡ଼ିଟେନସନ କ୍ୟାମ୍ପର ମାନ୍ୟତାକୁ ବନ୍ଦ କରିବାକୁ ଦାବି କରାଯାଇଥିଲା । ସରକାର ଦେଶର ନାଗରିକମାନଙ୍କର ପରିଚୟକୁ ପୁନଃ ଚିହ୍ନଟକରଣ ଲାଗି ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ତାହା ଶ୍ରମଜୀବୀ ଓ ସାଧାରଣ ଗରିବ ଗୁରୁବାମାନଙ୍କ ଜୀବନ ଜୀବିକା ଉପରେ ଘୋର ପ୍ରଭାବ ପଡ଼ିବ ଓ ଦେଶର ସଂଖ୍ୟାଲଘୁମାନଙ୍କୁ ଏକ ପ୍ରକାର ଦ୍ୱିତୀୟ ଶ୍ରେଣୀ ନାଗରିକର ମାନ୍ୟତା ଦେବା ଲାଗି ବାଟ ଖୋଲିଯିବ । ସରକାରଙ୍କ ଏହି ପ୍ରକାର ନୀତିକୁ ସାରା ଦେଶରେ ବିରୋଧ କରାଯାଇଛି । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅଖିଳ ଭାରତ ଜନମଞ୍ଚର ଆବାହକ ରାଧାକାନ୍ତ ସେଠି, ପଞ୍ଚାନନ ସେନାପତି, ନରେନ୍ଦ୍ର ମହାନ୍ତି, ମହେନ୍ଦ୍ର ପରିଡ଼ା, ଅରୁଣ ଜେନା, ବଂଶୀଧର ପରିଡ଼ା ଓ ପ୍ରଭାସ ସାମନ୍ତରାୟ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ