ସାମାଜିକ ଅନୁଷ୍ଠାନ‘ସହାୟକ’ର ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ସାମାଜିକ ଅନୁଷ୍ଠାନ ‘ସହାୟକ’ର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠାନର ସଭାପତି ଇଂ. ସୁରେନ୍ଦ୍ରନାଥ ଦାସଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ବିଜୟ କୁମାର ଦାସଅଧିକାରୀ ଏଥିରେ ପୂର୍ବ ବୈଠକ ବିବରଣୀ ପାଠ ପରେ ତାହାକୁ ସର୍ବ ସମ୍ମିତ୍ତି କ୍ରମେ ଗୃହୀତ କରାଯାଇଥିଲା । ଚଳିତ ବର୍ଷ ଗ୍ରୀଷ୍ମକାଳରେ ପ୍ରତିବର୍ଷ ଭଳି ପାନୀୟ ଜଳ ବଣ୍ଟନ ଓ ଆର୍ôଥକ ଅନଗ୍ରସର ପରିବାରର ଝିଅ ବିଭାଘର ପାଇଁ ସହାୟତା ପ୍ରଦାନ ପାଇଁ ଚଳିତ ବର୍ଷରୁ ‘ସୁକନ୍ୟା ପବିତ୍ର ବନ୍ଧନ’ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ସାରଗାଁର ଜନୈକ ଦରିଦ୍ର ପରିବାର କନ୍ୟା ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସିଦ୍ଧାନ୍ତ ନିଆଯାଇଛି । ସଂଗଠନର ନୂତନ ସଦସ୍ୟଙ୍କୁ ଏହି ଅବସରରେ ସ୍ୱାଗତ କରାଯାଇଥିଲା । କୋଷାଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ନାୟକ ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ଡ. କ୍ଷିତିଶ୍ୱର ଦାଶ ଶାନ୍ତିଶ୍ଳୋକ ପାଠ କରିଥିବା ବେଳେ ସାବିତ୍ରୀ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ବରିଷ୍ଠ ସଦସ୍ୟ ଧୀରେନ୍ଦ୍ର ନାରାୟଣ ଦାସ, ଦିବାକର ମହାପାତ୍ରଙ୍କ ସମେତ ଶ୍ରୀରାମ ଚନ୍ଦ୍ର ଦାସ, ପ୍ରଫୁଲ୍ଲ କୁମାର ଦାସ, ପ୍ରଣିତା ମିଶ୍ର, ଲକ୍ଷ୍ମୀପ୍ରିୟା ଜେନା, ବସନ୍ତଲତା ପଟ୍ଟନାୟକ, ପୁଷ୍ପଲତା ମହାନ୍ତି, ଅରୁଣା ରାୟ, ସଚୀନ୍ଦ୍ର ଦାସ, ଗୌରାଙ୍ଗ ପାଣିଗ୍ରାହୀ, ସୁଦର୍ଶନ ଜେନା, ବୀରେନ୍ଦ୍ର ପ୍ରହରାଜ, ରବୀନ୍ଦ୍ର ଭୋଳ, ସୀତାରାମ ପ୍ରଧାନ, ବେଣୁଧର ସାହୁ ଓ ଉମେଶ ଗୋଚ୍ଛାୟତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


