ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ବିରୁଦ୍ଧରେ ଶ୍ରମିକ ଶ୍ରେଣୀ ଏକଜୁଟ ହେବାକୁ ସ୍ୱର୍ଗୀୟ ବିଶ୍ଵନାଥ ପଣ୍ଡିତଙ୍କ ଜୟନ୍ତୀ ସମାରୋହ

କୁଚିଣ୍ଡା, (ରିଙ୍କୁ):ଆଜି କୁଚିଣ୍ଡା ସ୍ଥିତ ଶ୍ରମିକ ଭବନରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆନୁକୁଲ୍ୟରେ ସଂଘର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସ୍ୱର୍ଗୀୟ ବିଶ୍ଵନାଥ ପଣ୍ଡିତଙ୍କ ୧୦୬ତମ ଜୟନ୍ତୀ ସମାରୋହ ସଂଘ ର ରାଜ୍ୟ ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଶ୍ରମିକ ଭବନରେ ଥିବା ସ୍ୱର୍ଗୀୟ ପଣ୍ଡିଯିଙ୍କର ପ୍ରତିମୂର୍ତ୍ତୀରେ ସଭାପତିଙ୍କ ସମେତ ସମ୍ମାନୀୟ ଅତିଥିମାନେ ଓ କର୍ମକର୍ତ୍ତା ବୃନ୍ଦ ମାଲ୍ୟlରପଣ କରିଥିଲେ ।ଜୟନ୍ତୀ ସଭାରେ ଶ୍ରୀ ମହାନ୍ତି ସମାଜରେ ସାମାଜିକ ତଥା ଆର୍ଥିକ ବୈଷମ୍ୟ ଓ ଧର୍ମାନ୍ଧତl ଉଲ୍ଲେଖ କରି ଏସବୁ ବିଷୟରେ ଅବଗତ ଓ ସଚେତନ ହେବା ସହିତ ନିଜର ଦାବୀ ଗୁଡ଼ିକ ଦୃଢ଼ ଭାବରେ ଉପସ୍ଥାପନ କରିବାକୁ ସଂଗଠିତ ହେବା ପାଇଁ ଆହ୍ବାନ ଜଣାଇଥିଲେ ।ଏଠାରେ ମତ ପ୍ରକାଶ ପାଇଥିଲା ଯେ, ଉତ୍କଟ ଦର ଦାମ ବୃଦ୍ଧି ଆର୍ଥିକ ବୈଷମ୍ୟକୁ ଆହୁରି ବୃଦ୍ଧି କରୁଛି । ଏସବୁ ବିରୁଦ୍ଧରେ ଶ୍ରମିକ ଓ ଚାଷୀ ଏକଜୁଟ ହେବା ଆବଶ୍ୟକତା ଉପରେ ଗୁରୁତ୍ବ ଆରମ୍ଭ କରାଯାଇଥିଲା । ଏହି ସଭାରେ ପୂର୍ବତନ ବିଧାୟକ ଶ୍ରୀ ରାଜେନ୍ଦ୍ର ଛତ୍ରିଆ ଉଦବୋଧନ ଦେଇ ସ୍ୱର୍ଗୀୟ ପଣ୍ଡିଜୀଙ୍କର ଅସଂଠିତ ଶ୍ରମିକ ଶ୍ରେଣୀ ପାଇଁ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପlତ କରିଥିଲେ ଓ ନିଜର ସଂଘର ସଂଗଠନକୁ ଆହୁରି ଦୃଢ଼ କରିବାକୁ ଆହ୍ବାନ ଜଣାଇଥିଲେ । ସଂଘର ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତୁଜା ଓ ରାଜ୍ୟ ସମ୍ପାଦିକା ପଦ୍ମାବତୀ କିଶlନ ସଂଘର ସଂଘ ହାସଲ କରିଥିବା ବିଭିନ୍ନ ଦାବୀ ଆଲୋକପାତ କରିଥିବା ସହିତ ସଂଘ ପକ୍ଷରୁ ସରକାରଙ୍କୁ ଦେଇଥିବା ଦାବିପତ୍ର ଉପରେ ଉଚ୍ଚ ସ୍ତରରେ ହୋଇଥିବା ଆଲୋଚନା ସମ୍ପର୍କରେ ଏବଂ ୬୦ବର୍ଷ ପୂର୍ତ୍ତି ସମାରୋହ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ଅଧ୍ୟାପକ ଶ୍ରୀ ସୁବାସ ଚନ୍ଦ୍ର ନାୟକ,ଡିଭିଜନ ସମ୍ପାଦକ କୀର୍ତ୍ତନ ସେନାପତି,ପୂର୍ବତନ ଲେମ୍ପ ସଭାପତି ଶ୍ରୀ ମାନରଞ୍ଜନ ଭୋଇ ପୂର୍ବତନ ବିଜେଡି ଟାଉନ ସଭାପତି ଶ୍ରୀ ଭିମରlଜ ପ୍ରସାଦ,ବିଜେଡିର ବ୍ଲକ ସଭାପତି ଶ୍ରୀ ଅମୂଲ୍ୟ ମିଶ୍ର,ବିଜେଡି ଯୁବ ନେତା ଶ୍ରୀ ସନ୍ଦୀପ ମହାନ୍ତି,ଶ୍ରୀ ଚୈତନ୍ୟ ମେହେର, ଶ୍ରୀ ଲକ୍ଷ୍ମଣ ସାହୁ, ମିଲନ ପଲେଇ,ପୁଷ୍ପକେତୁ ଦେଓ,ନୃପମଣି ଧାରୁଆ,ଭିକାରୀ ନାଏକ,ଶ୍ରୀକର କଣ୍ଟା,କୈଳାଶ ତାଉଡିଆ, ଟିକନ୍ ଶର୍ମା,ବବିଲି ଭୋଇ, ଏବଂ ତୋଳାଳୀ ଫୋଲ ମାଝୀ,ପ୍ରେମିକା କlଲୋ, ଯୋଷଦା ମାଝୀ,ଚନ୍ଦ୍ରକାନ୍ତି ବୁଡା,ଅହଲ୍ୟା ସିଂ,ଉର୍ମିଳା ଡୁଡୁଙ୍ଗ ପ୍ରମୁଖ ଏହି ଜୟନ୍ତୀ ସମାରୋହରେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ