ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାୟଙ୍କ ଅପହରଣର ଦୃଢ ନିନ୍ଦା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ୨୯ ତାରିଖରେ ରାୟଗଡ଼ାର ସ୍ୱାଗତ ହୋଟେଲରୁ ସାଦା ପୋଷକଧାରୀ ପୋଲିସ୍ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ଜୋର ଜବରଦସ୍ତ ସନ୍ତ୍ରାସବାଦୀ କାଇଦାରେ ଗିରଫକୁ ସି.ପି.ଆଇ(ଏମ୍‌ଏଲ୍‌) ଲିବରେସନ ଦୃଢ ନିନ୍ଦା କରୁଛୁ । ଆଗରୁ କେବେବି ଏଭଳି ଗିଗଫଦାରୀ ଘଟିନାହିଁ । କମ୍ପାନୀର ସ୍ୱାର୍ଥରକ୍ଷା ପାଇଁ ସରକାର ଓ ପ୍ରଶାସନ ଏଭଳି ସ୍ତରକୁ ଯିବା ଅତ୍ୟନ୍ତ ନିନ୍ଦନୀୟ ଓ ଅଗଣତାନ୍ତ୍ରିକ । ବେଦାନ୍ତ ଓ ମୈତ୍ରୀ କମ୍ପାନୀର କାର୍ଯ୍ୟ କଳାପକୁ ଲୋକେ ଘୋର ବିରୋଧ କରୁଛନ୍ତି । ଲୋକଙ୍କର ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିବାର ଅଧିକାର ରହିଛି । ହୋଟେଲରେ ଜଣେ ଆନ୍ଦୋଳନକାରୀ ନେତାଙ୍କୁ ବାହାର ପଟୁ ତାଲା ମାରି, କିଛି ସୂଚନା ନଦେଇ ହାତ, ମୁହଁ ବାନ୍ଧି ରାୟଗଡ଼ାରୁ ଉଠାଇନେଇ ଦୀର୍ଘ ୬ ଘଣ୍ଟା ପରେ ବ୍ରହ୍ମବୁରରେ ଛାଡ଼ିବା, ତାହା ପୁଣି ସରକରଙ୍କ ଜାଣତରେ । ଏହାକୁ ନିନ୍ଦା କରିବାକୁ ଭାଷା ନାହିଁ । ଏ ସମ୍ପର୍କରେ ସରକାର ସ୍ପଷ୍ଟିକରଣ ଦେବା ଦରକାର । ସେ ଅଞ୍ଚଳରେ ପୋଲିସ୍ ସନ୍ତ୍ରାସବାଦ ବନ୍ଦ ହେବା ସହ ଗିରଫ କରିଥିବା ଓ ଡ଼ାକ୍ତରଖାନାରେ ଥିବା ଚିକିତ୍ସିତଙ୍କୁ ଛାଡ଼ିବା ସହ କ୍ଷତିପୂରଣ ଆମେ ଦାବି କରୁଛୁ । ଏଭଳି ଘଟଣାକୁ ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଦଳ, ସାମାଜିକ କର୍ମୀ, ଦୃଢ ଭାବେ ବିରୋଧ କରିବା ଦରକାର ଓ ରାଜନୈତିକ ଦଳ ମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ସେ ଅଞ୍ଚଳ ଗ୍ରସ୍ତ କରିବାକୁ ଆହ୍ୱାନ ଦେଉଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ