ସାମାଜିକ ଗଣମାଧ୍ୟମରେ ବାଘ ଆତଙ୍କ ଭିଡ଼ିଓ ଭାଇରାଲ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ନିକଟସ୍ଥ କରାଖଣ୍ଡି ଏବଂ ଶେରଗଡ଼ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ନଦୀ ରେ ବାଘ ଯାଉଥିବା ଏକ ଭିଡ଼ିଓ କେତେକ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ଫଳରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଘଟଣାରୁ ଜଣାପଡ଼ିଛି କରାଖଣ୍ଡି ରେ ଥିବା ଏକ ରାଇସ ମିଲ୍ ର ସି ସି ଟିଭି ରୁ ଭିଡ଼ିଓ କୌଣସି ଏକ ଗଣମାଧ୍ୟମ ରେ ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି ହୋଇଛି। ଏନେଇ ବନବିଭାଗ ଜାଣିବା ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।ଦିଗପହଣ୍ଡି ଉପ ବନଖଣ୍ଡ ଅଧିକାରୀ ପ୍ରକାଶ ବେହେରା ପାଟପୁର ଫରେଷ୍ଟର ଅରୁଣ କୁମାର ଦାସ ବନ ବିଭାଗର କର୍ମଚାରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ଏନେଇ ଜିଲ୍ଲା ବନଖଣ୍ଡିୟ ଅଧିକାରୀ ଶନି ଖୋକର ଙ୍କୁ ପଚାରିବାରୁ ସେ କହିଲେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଗୁଜବ ସେହି ଅଂଚଳରେ ଜଙ୍ଗଲ ନାହିଁ । କୌଣସି ଏକ ଜନ୍ତୁ ହୋଇଥିବ ଆତଙ୍କ ହେବାର ନାହିଁ ବାସ୍ତବତା ତଦନ୍ତ କରାଯିବା ନେଇ ସୂଚନା ଦେଇଛନ୍ତି। ପାଟପୁର ଫରେଷ୍ଟର ଅରୁଣ କୁମାର ଦାସ ଙ୍କୁ ପଚାରିବାରୁ ସେ କହିଲେ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଜାଣିଲୁ ସି ସି ଟିଭି ଦେଖିଲୁ କିନ୍ତୁ ବାଘ ନୁହଁ ଗଧିଆ ହୋଇଥାଇ ପାରେ ଏହି ଅଂଚଳ ଜଙ୍ଗଲ ରେ ବାଘ ନାହିଁ ଏଣୁ ତଦନ୍ତ ପରେ ପ୍ରକୃତ ତଥ୍ଯ ସାମ୍ନା କୁ।ଆସିବ ବୋଲି ସୂଚନା ଦେଇଛନ୍ତି।