ସାମାଜିକ ଗଣମାଧ୍ୟମ ରୁ ମିଳିଲା ହଜିଲା ବାପା ର ଠିକଣା

ରାଇକିଆ, (ପ୍ରଦୀପ କୁମାର ବେହେରା):ସାମ୍ପ୍ରତିକ ପରିସ୍ଥିତି ରେ ସୋସିଆଲ ମିଡ଼ିଆ ପ୍ରତ୍ୟେକ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଗୁରୁତ୍ବ ପୂର୍ଣ୍ଣ ସୂଚନା ହେଉକି କୌଣସି ଏକ ଘଟଣ, ଅଘଟଣ ହେଉ କ୍ଷୀପ୍ର ଗତି ରେ ଲୋକଙ୍କ ପାଖରେ ତଥ୍ୟ ପହଞ୍ଚି ଯାଉଛି । ଅନେକ କ୍ଷେତ୍ରରେ ଏହାର ସକାରାତ୍ମକ ଫଳ ମଧ୍ୟ ମିଳୁଛି । ଏହାର ଏକ ବଡ଼ ଉଦାହରଣ ରାଇକିଆ ଅଞ୍ଚଳ ରେ ଦେଖିବାକୁ ମିଳିଛି । ରାଇକିଆ ଅଞ୍ଚଳ ରେ ଗତ କିଛି ଦିନ ହେଲା ଜଣେ ମାନସିକ ବିକାର ଗ୍ରସ୍ତ ଘୁରି ବୁଲୁଥିଲେ । କେତେ ବେଳେ ବସ୍ ଷ୍ଟାଣ୍ଡ ରେ ତ ଆଉ କେତେବେଳେ ବିଶ୍ରାମ ଗାରରେ ଆଶ୍ରୟ ନେଉ ଥିଲେ । ଏପରିକି କିଛି ଦିନ ତଳେ ରେନ୍ କୋଟ ଭାବି ପିପିଇ କିଟ୍ ପିନ୍ଧି ଚର୍ଚ୍ଚା ରେ ଥିଲେ । ଦୀର୍ଘ ଦିନ ପରେ ଉକ୍ତ ବ୍ୟକ୍ତି ଜଣକର ଠିକଣା ମିଳିବା ସହ ସେ ନିଜ ଘରକୁ ଫେରିଛନ୍ତି । ଏ ସବୁ ସବୁ ସମ୍ଭବ ହୋଇ ପାରିଛି ସୋସିଆଲ ମିଡ଼ିଆ ଯୋଗୁଁ । ସ୍ବେଛାସେବୀ ମିଟୁ ପଣ୍ଡା , ସୁକାନ୍ତ ନାୟକ, ରୋସନ୍ ନାୟକ, ଜଗନ୍ନାଥ ସାହୁ ସେହି ବ୍ୟକ୍ତିଙ୍କ ଦେଖାଶୁଣା କରିବା ସହ ସମ୍ପୂର୍ଣ୍ଣ ନାମ ଠିକଣା ଏବଂ ଫୋଟ ସୋସିଆଲ ମିଡିଆରେ ଛାଡ଼ି ଥିଲେ।ଏହା ଖୁବ୍ କମ୍ ସମୟ ମଧ୍ୟ ରେ ବିରାଲ୍ ହୋଇ ଜୟପୁର ରେ ରହୁଥିବା ତାଙ୍କ ପୁଅଙ୍କ ନଜର ରେ ପଡିଥିଲା । ସେ ମିଟୁ ଙ୍କ ସହ ଯୋଗାଯୋଗ କରିବା ସହ ବୁଧ ବାର ତାଙ୍କ ପୁଅ ରାଇକିଆ ରେ ପହଞ୍ଚି ତାଙ୍କ ବାପାଙ୍କୁ ଘରକୁ ନେଇଛନ୍ତି । ଏ ସବୁ ଘଟଣା ଭିତରେ ଉକ୍ତ ବ୍ୟକ୍ତି ଜଣକାର ମାନସିକ ସନ୍ତୁଳନ ରେ ସ୍ଥିରତା ଆସିବା ସହ ଭଲ କଥାବାର୍ତ୍ତା ମଧ୍ୟ କରିଥିଲେ । ଛଅ ମାସ ତଳୁ ସେ ନିଖୋଜ ଥିବା ବେଳେ ପରିବାର ଲୋକେ ବହୁ ଖୋଜା ଖୋଜି ପରେ ମଧ୍ୟ ସୂଚନା ପାଇ ପାରୁ ନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ