ସାମାଜିକ ଦୂରତାରେ ପାଳିଲେ ସାବିତ୍ରୀ ବ୍ରତ

ବ୍ରହ୍ମପୁର, (ଓ୍ବାଇଏନ୍ଏସ୍):କରୋନା ପ୍ରଭାବ ଏଥର ଦେଖିବାକୁ ମିଳିଲା ସାବିତ୍ରୀ ବ୍ରତରେ, ବ୍ରହ୍ମପୁର ମହାନଗର ସମେତ ଆକପାଖ ଅଞ୍ଚଳରେ ମହିଳାମାନେ ଶୁକ୍ରବାର ଦିନ ପାଳିଛନ୍ତି ସାବିତ୍ରୀ ବ୍ରତ, ନୂତନ ବସ୍ତ୍ର ପରିଧାନ କରି ମହିଳାମାନେ ରୀତିନୀତି ନିୟମ ଅନୁଯାଇ ପାଳନ କରିଥିଲେ, ଚଳିତ ବର୍ଷ କରୋନା ଯୋଗୁ ସମସ୍ତ ମନ୍ଦିରରେ ପ୍ରଶାସନ ପକ୍ଷରୁ ପ୍ରବେଶ କଟକଣା ରହିଥିବାରୁ ମହିଳା ମାନେ ସାମୁହିକ ଭାବେ ପୂଜା କରିବାରୁ ପ୍ରାୟ ବଞ୍ଚିତ ହୋଇଥିଲେ,ଏପରିକି କିଛି ମନ୍ଦିରରେ ସାମଜିକ ଦୂରତା ରଖି ପୂଜା କରାଯାଇଥିବା ଜଣାପଡିଛି, ମହିଳା ମାନେ ନିଜ ନିଜ ଘରେ ପୁରହିତଙ୍କ ଦ୍ୱାରା ସାମାଜିକ ଦୂରତ୍ୱ ରଖି ମିଳିତ ଭାବେ ପୂଜା କରିବା ସହ ନିଜ ପତିଙ୍କ ଦୀର୍ଘ ଜୀବନ କାମନା କରୁଥିବା ଦେଖିବାକୁ ମିଳିଥିଲା, ସେହି ପରି କେତେକ ରାଧା କୃଷ୍ଣ ମନ୍ଦିରରେ ମହିଳାମାନେ ପୂଜା ସାମଗ୍ରୀ ପଠାଇ ପୂଜା କରିଥିବା ଜଣା ପଡିଛି, ମହାନଗରର କେତେକ ଆପାର୍ଟମେଣ୍ଟରେ ମଧ୍ୟରେ ସାମୁହିକ ଭାବେ ରୀତିନୀତି ନିୟମ ଅନୁଯାଇ ପୂଜକଙ୍କ ଦ୍ୱାରା ସାମାଜିକ ଦୂରତା ରଖି ପୂଜା କରିଥିବା ଦେଖିବାକୁ ମିଳିଥିଲା, ଅଧିକାଂଶ ସ୍ଥାନରେ ମହିଳା ମାନେ ମାସ୍କ ବ୍ୟବହାର କରିନଥିବା ଜଣାପଡିଛି, ଚଳିତ ବର୍ଷ ବଜାର ବନ୍ଦ ରହିଥିବା ବେଳେ ଶାଢ଼ୀ ଓ ଅନ୍ୟ ବସ୍ତ୍ର କିଣିବାରେ ମହିଳା ମାନଙ୍କୁ ସମସ୍ୟା ଶୃଷ୍ଟି ହୋଇଥିବାବେଳେ ପୂଜା ପାଇଁ ଉଦିଷ୍ଟ ଫଳ ସମେତ ଅନ୍ୟ ସାମଗ୍ରୀ ଚଢା ଦରରେ କ୍ରୟ କରିଥିବା ଜଣା ପଡିଛି, ସେ ଯାହା ହେଲେ ମଧ୍ୟ ଚଳିତ ବର୍ଷ ମହିଳା ମାନେ ଶାନ୍ତି ଶୁଙ୍ଖଳାର ସହ ସାବିତ୍ରୀ ବ୍ରତ ପାଳନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ