ସାମାଜିକ ଦୂରତାର ପାଠ ପଢାଇଲେ କୋଦଳା ତହସିଲଦାର

କୋଦଳା,(ଗୁଲସନ୍ କୁମାର କର):କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି ଏବଂ ଆଗାମୀ ମଇ ୩ ତାରିଖ ଯାଏଁ ଲକ୍ ଡାଉନ୍ ଜାରି ରହିଛି ।କୌଣସି ଜରୁରୀ କାମରେ ଯଦି ବାହାରକୁ ଯିବାକୁ ହୁଏ ତେବେ ସାମାଜିକ ଦୂରତାକୁ ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରିବା ସହ ବ୍ୟାପକ ସଚେତନତା କରାଯାଉଛି । । ଗଞ୍ଜାମ ଜିଲ୍ଲାପାଳ ଏ ଦିଗରେ ଅଧିକ ଗୁରୁତ୍ଵ ଦେଉଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା,ବେଗୁନିଆପଡା ସ୍ଥିତ ଇଣ୍ଡିଆନ ଓଭେର୍ସିରିଜି ବ୍ୟାଙ୍କ ଓ ଏସ ଛଚିନା ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରେ ବହୁ ଲୋକ ସାମାଜିକ ଦୂରତା କୁ ଜମାରୁ ମାନୁ ନଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଶୁକ୍ରବାର କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ଏହି ସବୁ ବ୍ୟାଙ୍କ ଗୁଡିକୁ ଯାଇ ସ୍ଥିତି ପରୀକ୍ଷା କରିବା ସହିତ ଲୋକମାନଙ୍କୁ ସଚେତନ କରାଇଥିଲେ। ପରସ୍ପର ଠାରୁ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଏବଂ ମାସ୍କ ବ୍ୟବହାର କରିବା ଜରୁରୀ ବୋଲି କହିଥିଲେ । ବ୍ୟାଙ୍କ ମ୍ୟାନେଜେର କୁଂ ମଧ୍ୟ ଏଦିଗରେ କଡାକଡି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ତହସିଲଦାର। ଲୋକକୁଂ କହିବା ସତ୍ତ୍ଵେ ମଧ୍ୟ ଲୋକ ମାନେ ସୁରକ୍ଷା କର୍ମୀ ଙ୍କ କଥାକୁ ମାନୁନାହାନ୍ତି ବୋଲି ମ୍ୟାନେଜର କହିଥିଲେ । ସମଦୁରତା ଓ ମୁହଁକୁ ଘୋଡ଼ାଇ ରଖିବା ନିୟମକୁ ଅବମାନନା କରୁଥିବା ବ୍ୟକ୍ତିଙ୍କୁ କୌଣସି ସେବା ଦିଆଯିବନି ବୋଲି କହି ଲୋକଙ୍କୁ ଧାଡି ବାନ୍ଧି ସମଦୂରତାରେ ଛିଡା କରାଇଥିଲେ ନିଜେ ତହସିଲଦାର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ