ସାମାଜିକ ଦୂରତା ନରହିଲେ ଦୋକାନ ସିଲ୍‌

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା କରିବାକୁ ସକାଳ ୭ଟାରୁ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଇଛି । କିନ୍ତୁ ଏହି ସମୟରେ ନିର୍ଦ୍ଧାରିତ ସାମାଜିକ ଦୂରତା ରକ୍ଷା କରିବାକୁ ସତର୍କ କରାଇଛି ପ୍ରଶାସନ । ନିର୍ଦ୍ଦେଶ ଉଲଂଘନ ହେଲେ ଦୋକାନ ସିଲ୍ କରିବାକୁ ଚେତାବନୀ ଦେଇଛି । ଗୁରୁବାର ଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଉଚିତ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପୌର ପ୍ରଶାସନ ପକ୍ଷରୁ ପୌରାଂଚଳର ବିଭିନ୍ନ ଦୋକାନ ବଜାର ସମ୍ମୁଖରେ ଧଳା ରଙ୍ଗରେ ୧ମିଟର ବ୍ୟବଧାନରେ ଗୋଲେଇ କରି ଚିହ୍ନଟ କରାଯାଇଛି । ଏହାକୁ ଅଣଦେଖା କଲେ ଦୋକାନ ସିଲ କରାଯିବା ସଂ ସଂପୃକ୍ତ ଦୋକାନୀ ମାଲିମଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ କହିଛନ୍ତି । ଏହା ସହିତ ରାଜ୍ୟ ବାହାରୁ କିମ୍ବା ଜିଲ୍ଲା ବାହାରୁ କେହି ଆସିଲେ ସେମାନଙ୍କ ତତ୍ୟ ପ୍ରଶାସନକୁ ଦେବା ସହିତ ସଂପୃକ୍ତ ଲୋକଙ୍କୁ ମେଡ଼ିକାଲ ସ୍କେନିଂ କରିବା ଜରୁରୀ ବୋଲି କହିଛନ୍ତି । ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ପୌରାଂଚଳର ବିଭିନ୍ନ ଛକ ସ୍ଥାନରେ ନାକବନ୍ଦୀ କରାଯିବା ସହ ଯାନବାହାନ ଯାଂଚକୁ କଡ଼ାକଡ଼ି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ