ସାମାଜିକ ଦୂରତ୍ବ ନେଇ ସରକାରଙ୍କ ଗାଇଡଲାଇନ୍‌ ଜାରି

ଭୁବନେଶ୍ବର : ସାମାଜିକ ଦୂରତ୍ବ ନେଇ ରାଜ୍ୟ ସରକାରଙ୍କ ତରଫରୁ କମିଟି ଗଠନ କରାଯାଇଛି । ଏପିସି ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ସାମାଜିକ ଦୂରତ୍ବ ନେଇ ଗାଇଡ ଲାଇନ୍‌ ଜାରି କରିଛି । ସାମାଜିକ ଦୂରତ୍ବ ରଖିବାକୁ କର୍ତ୍ତୃପକ୍ଷ ୧୪୪ ଜାରି କରିପାରିବେନି । ଜିଲ୍ଲାପାଳ, ମାଜିଷ୍ଟ୍ରେଟ୍‌ କିମ୍ବା ପୋଲିସ୍‌ କମିଶନର ମଧ୍ୟ ଏହାକୁ ଲାଗୁ କରିପାରିବେନି । ୧୪୪ ପରିବର୍ତ୍ତେ ସାମାଜିକ ସଚେତନ ଦ୍ବାରା ଦୂରତ୍ବ ରଖିବା ନେଇ ଏହି କମିଟିରେ କୁହାଯାଇଛି। ନିଜ ସହ ସମାଜକୁ ସୁରକ୍ଷିତ ରଖାଯିବା ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।
ଶିକ୍ଷାନୁଷ୍ଠାନ ବନ୍ଦ, ପରୀକ୍ଷା ସ୍ଥଗିତ ନେଇ ଗାଇଡଲାଇନ୍‌ରେ ସୂଚନା ଦିଆଯାଇଛି । ସେହିପରି ବାହାଘର ଆଦି ଉତ୍ସବରେ ୫୦ ମଧ୍ୟରେ ଅତିଥି ସୀମିତ ରଖିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଅତ୍ୟନ୍ତ ଜରୁରୀ ନଥିବା ସାମାଜିକ ଉତ୍ସବ ସ୍ଥଗିତ ପାଇଁ ନିର୍ଦ୍ଦେଶ ରହିଛି । ବୟସ୍କ, ନିରାଶ୍ରୟ ହିତାଧିକାରୀଙ୍କ ଘରେ ପିଡିଏସ୍‌ ସାମଗ୍ରୀ ପହଞ୍ଚାଯିବ । ଆହାର କେନ୍ଦ୍ର, ଓମ୍‌ଫେଡ୍‌ ବୁଥ୍‌ରେ ହାତ ଧୋଇବାକୁ ବାଧ୍ୟତାମୂଳକ କରାଯାଇଛି । ବୃଦ୍ଧବୃଦ୍ଧା ତଥା ବୟସ୍କଙ୍କୁ ପିଡିଏସ୍‌ ସାମଗ୍ରୀ ତାଙ୍କ ଘରେ ପହଞ୍ଚାଇବାକୁ ପରାମର୍ଶ ଦିଆଯାଇଛି । ପିଡିଏସ୍‌ ପାଇଁ ବ୍ୟବହୃତ ପିଓଏସ୍‌ ମେସିନ୍‌କୁ ସାନିଟାଇଜ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବସ୍‌ ସାନିଟାଇଜ୍‌ ହେବା ସହିତ ଯାତ୍ରୀଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଦୂରତା ରହିବାକୁ ସୂଚନା ରହିଛି । ବ୍ୟାଙ୍କ, ପୋଷ୍ଟ ଅଫିସ୍‌, ଏଟିଏମ୍‌ରେ ସାନିଟାଇଜର୍‌ ରଖାଯିବ । ଖାଦ୍ୟପଦାର୍ଥ ପାଇଁ ସୁପରମାର୍କେଟ୍‌, ଗ୍ରୋସରୀ ଖୋଲା ରହିବ । ତେବେ ଷ୍ଟୋରରେ ୨୦ରୁ ୩୦ ଜଣ ମଧ୍ୟରେ ପଶିପାରିବା ନେଇ କଟକଣା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ